ଭୁବନେଶ୍ୱର: ୭ ପଜିଟିଭ ଚିହ୍ନଟ ପରେ SBIର ମୁଖ୍ୟ ଶାଖା ସିଲ୍,

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍ । ମୁଖ୍ୟ କାର୍ଯ୍ୟାଳୟରୁ ୭ ପଜିଟିଭ ଚିହ୍ନଟ ପରେ ସିଲ୍ କରିଛି ବିଏମ୍‌ସି । ୪୮ ଘଣ୍ଟା ପାଇଁ ସିଲ୍ କରାଯାଇଥିବା BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଏହି ସମୟ ଭିତରେ ବିଏମ୍‌ସି ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ବ୍ୟାଙ୍କ ଭିତରକୁ ପ୍ରବେଶ କରିପାରିବେ ନାହିଁ ।

ଜୁରୀରୁ ପରିସ୍ଥିତିରେ ବ୍ୟାଙ୍କ ଅଧିକାରୀ ବିଏମ୍‌ସି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିପାରିବେ । ଆସନ୍ତା ୬ ତାରିଖ ଦିନ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ବ୍ୟାଙ୍କ ପରିସରରେ କ୍ୟାମ୍ପ କରାଯାଇ ଆରଟିପିସିଆର ଟେଷ୍ଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.