ଗ୍ରୀଷ୍ମରେ ଜଳଖିଆ ପାଇଁ ପ୍ରସ୍ତୁତ କରନ୍ତୁ ସହଜରେ ଏହି ବଢ଼ିଆ ସୋୟାବିନ୍‌ ଉପମା

ଗ୍ରୀଷ୍ମରେ ଜଳଖିଆ ପ୍ରସ୍ତୁତ ନେଇ ମହିଳାମାନେ ବହୁତ ଅସୁବିଧା ଅନୁଭବ କରନ୍ତି । ଏହି ସମୟରେ କେହି ହେଭି ଜଳଖିଆ ଖାଇବାକୁ ପସନ୍ଦ କରନ୍ତି ନାହିଁ । ପୋହା, ଦଲିଆ, ଓଟ୍ସ ଭଳି ହାଲକା ଖାଦ୍ୟ ପ୍ରତିଦିନ ଖାଇ ଖାଇ ଲୋକେ ବୋର୍‌ ହୋଇଯାଆନ୍ତି । ଏମିତି ଖାଦ୍ୟ ଯାହା ଚଟାପଟ୍‌ ତିଆରି ହୋଇପାରିବ ସେ ନେଇ ମହିଳାମାନେ ଚିନ୍ତିତ ଥାଆନ୍ତି । ଆମେ ଆପଣଙ୍କ ପାଇଁ ସୋୟାବିନ୍‌ର ଉପମା ନେଇ ଆସିଛୁ ଯାହା ସହଜରେ ପ୍ରସ୍ତୁତ ହୋଇପାରିବ । ଏହାର ପ୍ରସ୍ତୁତି ଯେପରି ଚଟାପଟ୍‌, ଖାଇବାକୁ ମଧ୍ୟ ସେପରି ଚଟ୍‌ପଟା । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ।

soya upama
photo credit: amarujala.com

ସାମଗ୍ରୀ :

୧ ବଡ଼ ଚାମଚ ଭଙ୍ଗା ହୋଇଥିବା ବାଦାମ
୧ କପ୍‌ ଭିଜା ହୋଇଥିବା ସୋୟାବିନ୍‌
୧/୨ କପ୍‌ ଦୁଧ
୧/୨ ଚାମଚ ରାଇ
୧ ଚାମଚ ଭୃସଙ୍ଗ ପତ୍ର
୧ ଲାଲ୍‌ ଲଙ୍କା
ସ୍ୱାଦ ଅନୁସାରେ ଲୁଣ ଓ ତେଲ
କଟା ଟମାଟର, ପିଆଜ, କଞ୍ଚା ଲଙ୍କା, ଶିମ୍‌ଲା ଲଙ୍କା ଓ ଗାଜର
ଆମ୍‌ଚୁର ପାଉଡର, ଲଙ୍କା ପାଉଡର, ଧନିଆ ଗୁଣ୍ଡ,ହଳଦୀ ଓ ଗରମ ମସଲା(ଆବଶ୍ୟକ ଅନୁସାରେ)

ପ୍ରସ୍ତୁତି ବିଧି :

ଏକ ପ୍ୟାନ୍‌ରେ ଅଳ୍ପ ଆଞ୍ଚରେ ତେଲ ଗରମ କରନ୍ତୁ । ଏଥିରେ ରାଇ, ଭୃସଙ୍ଗ ପତ୍ର ଓ ଲଙ୍କା ପକାନ୍ତୁ । ଏହି ସାମଗ୍ରୀ ଲାଲ୍‌ ହୋଇଗଲେ ଏଥିରେ କଟା ହୋଇ ରହିଥିବା ପିଆଜ ଓ ପରିବା ପକାନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ତା’ଉପରେ ଭିଜା ହୋଇ ରହିଥିବା ସୋୟାବିନ୍‌ ଓ ବାଦାମ ପକାଇ ପ୍ୟାନ୍‌ ଢ଼ାଙ୍କି ଦିଅନ୍ତୁ । ୪-୫ ମିନିଟ ପରେ ହଳଦୀ, ଲାଲ ଲଙ୍କା ଗୁଣ୍ଡ, ଆମ୍‌ଚୁର ପାଉଡର, ଗୁଣ୍ଡ ଧନିଆ ଏବଂ ଗରମ ମସଲା ପକାଇ ଘାଣ୍ଟନ୍ତୁ । ଯେତେବେଳେ ମସଲା ଭଲ ଭାବେ ମିଶିଯିବ ସେଥିରେ ଅଧା କପ୍‌ ଦୁଧ ମିଶାନ୍ତୁ । ୫-୭ ମିନିଟ୍‌ ପରେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ । ଏବେ ଏଥିରେ ଧଣିଆ ପତ୍ର ପକାଇ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.