ଆନ୍ଧ୍ର ପ୍ରଦେଶ: ୨ ଫୁଟିଆ ବରକୁ ୪ ଫୁଟିଆ କନ୍ୟା, ଅନ୍ୟ ପାଇଁ ସାଜିଲେ ଉଦାହରଣ

କୁହନ୍ତି, ଯୋଡ଼ି ଉପର ବାଲା ଗଢ଼େ। ଏହାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲା ମୁମ୍ମିଦିବରାମ ଅଞ୍ଚଳରେ। ଏଠାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ଦୁଇ ଫୁଟିଆ ବରକୁ ୪ ଫୁଟିଆ କନ୍ୟା। ଦୁହିଁଙ୍କ ବିବାହ ସ୍ଥାନୀୟ ଏକ ଚର୍ଚ୍ଚରେ ସମ୍ପନ୍ନ ହୋଇଛି।

ଉଭୟ ବର ଓ କନ୍ୟା ଇସାଇ ସମ୍ପ୍ରଦାୟର। ଚର୍ଚ୍ଚ ସହ ଜଡ଼ିତ ବରିଷ୍ଠ ଲୋକ ଏବଂ ଗ୍ରାମବାସୀ ମିଶି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ୩୧ ମାର୍ଚ୍ଚରେ ହୋଇଥିବା ଏହି ବିବାହ ବେଶ୍‌ ଚର୍ଚ୍ଚା ପରିସରକୁ ଆସିଥିଲା। ଉତ୍ସାହର ସହିତ ଲୋକେ ଏହି ବିବାହ ଉତ୍ସବକୁ ଦେଖିବାକୁ ଆସିଥିଲେ। ତେବେ ଏହି ବିବାହକୁ ନେଇ ଉଭୟ ବର-କନ୍ୟା ଏବଂ ସେମାନଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି।

ବର ହେଉଛନ୍ତି ମୁମ୍ମିଦିବରାମ ମଣ୍ଡଳର ଶାନ୍ତିନଗର ନିବାସୀ ଦେବରାପଲ୍ଲୀ ଶ୍ରୀନିବାସ। ସେ ଗ୍ରାଜୁସନ କରିଛନ୍ତି। ପିଲାବେଳୁ ହିଁ ତାଙ୍କ ଉଚ୍ଚତା ବଢ଼ିବା ବନ୍ଦ ହୋଇଯାଇଥିଲା। ଗ୍ରାଜୁସନ ସରିବା ପରେ ଶ୍ରୀନିବାସଙ୍କ ପରିବାର ଲୋକେ ତାଙ୍କ ପାଇଁ କନ୍ୟା ଖୋଜିବା ଆରମ୍ଭ କରିଥିଲେ। ଶେଷରେ ଅମଲାପୁରମ୍‌ ମଣ୍ଡଳର ସାମାନାସା ଗାଁର ଝିଅ ସତ୍ୟ ଦୁର୍ଗାଙ୍କ ସହିତ ବିବାହ ସ୍ଥିର ହୋଇଥିଲା। ସତ୍ୟ ଦୁର୍ଗା ଓ ଶ୍ରୀନିବାସଙ୍କ ବିବାହ ଶାନ୍ତିନଗରରେ ସମ୍ପନ୍ନ ହୋଇଛି। କନ୍ୟା ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ହାସଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.