Below header

ଏସସିବିରେ ୫ ବର୍ଷ ପାଇଁ ୨୫୦ ସିଟକୁ ମାନ୍ୟତା

କଟକ(କେନ୍ଯୁଜ୍) : ଏସସିବିରେ ୫ ବର୍ଷ ପାଇଁ ୨୫୦ ଏମବିବିଏସ ସିଟକୁ ମାନ୍ୟତା । ଏକକାଳୀନ ୫ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି । ଏ ସଂପର୍କରେ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଜଣାଇଛି ମେଡିକାଲ କାଉନସିଲ ଅଫ ଇଣ୍ଡିଆ-ଏମସିଆଇ । ଏସସିବି ମେଡିକାଲ କଲେଜର ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା  ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ମାନକୁ ଦୃଷ୍ଟିରେ ରଖି ଏମବିବିଏସ ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇଛି ।

ଏନେଇ ଗତ ୭ ତାରିଖରେ ଅନୁଷ୍ଠିତ ଏମସିଆଇ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଆଲୋଚନା କରାଯାଇଥିଲା । ଏମସିଆଇ ଆଇନ ୧୯୫୬ ଅନୁଯାୟୀ ଏସସିବିରେ ଏମବିବିଏସ ସିଟ୍‌ ୧୫୦ରୁ ୨୫୦କୁ ୫ ବର୍ଷ ପାଇଁ ମାନ୍ୟତା ଦେବାକୁ ନିଷ୍ପତ୍ତି ହୋଇଛି । ୫ ବର୍ଷ ପରେ ମାନ୍ୟତା ପାଇଁ ପୁଣି କର୍ତ୍ତୃପକ୍ଷଙ୍କୁ ଆବେଦନ କରିବାକୁ ପଡ଼ିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.