Below header

ଓଡ଼ିଶାରେ ଟମାଟୋ ଫ୍ଲୁ ପଜିଟିଭ୍ ରୋଗୀ ଚିହ୍ନଟ, ସମସ୍ତଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର(କେନ୍ୟୁଜ୍‌): ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) ରୋଗୀ ଓଡ଼ିଶାରେ ଚିହ୍ନଟ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନକହି HFMD କହିବା । ୩୬ ଜଣଙ୍କ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨।ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର ବୋଲି ସୂଚନା ମିଳିଥିବାବେଳେ ସମସ୍ତେ ଭଲ ଅଛନ୍ତି । ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ ନଜର ରଖିଛନ୍ତି ।

ପଜିଟିଭ ନମୁନା ଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି । କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଭିଭାବକ ମାନଙ୍କୁ ପରାମର୍ଶ, ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଅଧିକ ଜଟିଳତା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଏହି ରୋଗ ପୂର୍ବରୁ ଥିଲା । ରୋଗୀକୁ ଆଇସୋଲେସନରେ ରଖିଲେ ଜଣଙ୍କ ମଧ୍ୟରେ ସୀମିତ ରହିବ । ୩ ରୁ ୭ ଦିନରେ ଭଲ ହୋଇପାରୁଛି ଏ ରୋଗ । ତେଣୁ ଏହାକୁ ନେଇ ଡରିବାର ନାହିଁ । ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ । ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ । ଯେହେତୁ ରାଜ୍ୟରେ ଏଭଳି ରୋଗୀ ଚିହ୍ନଟ ହେଲେଣି ତେଣୁ ଆମେ ସତର୍କ ରହିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.