Below header

‘ମୁଁ ହିନ୍ଦୁ, ମୋ ଇଚ୍ଛା ହେଲେ ଗୋମାଂସ ଖାଇପାରିବି, ମୋତେ କହିବାକୁ ତମେ କିଏ’: ବିବାଦୀୟ ବୟାନ ଦେଲେ କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ଗୋମାଂସକୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକର ବିରୋଧୀ ଦଳ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ସେ କହିଛନ୍ତି- ସେ ହିନ୍ଦୁ ଓ ସେ ଏବେ ଯାଏଁ ଗୋମାଂସ ଖାଇ ନାହାନ୍ତି। କିନ୍ତୁ ଇଚ୍ଛା କଲେ ସେ ବି ଗୋମାଂସ ଖାଇପାରିବେ। ଏହା ତାଙ୍କ ଇଚ୍ଛା। ଏଥିସହ ସେ ଆରଏସ୍‌ଏସ୍‌ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ ଲୋକଙ୍କ ମଧ୍ୟରେ ଏହି ଦଳ ମତଭେଦ ସୃଷ୍ଟି କରିପାରେ।

ତୁମକୁରୁରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ବେଳେ ଏଭଳି କହିଛନ୍ତି ସିଦ୍ଧରମୈୟା। ଏ ଅବସରରେ ସେ ଅଭିଯୋଗ କରିଛନ୍ତି ଯେ ସଂଘର ଲୋକମାନେ ବିଭିନ୍ନ ଧର୍ମ ମଧ୍ୟରେ ଗଣ୍ଡଗୋଳ କରାଇବାକୁ ଚାହୁଁଛନ୍ତି। ସେ କହିଛନ୍ତି- କେବଳ ଗୋଟିଏ ସମ୍ପ୍ରଦାୟର ଲୋକ ଗୋମାଂସ ବା ବିଫ୍‌ ଖାଇନଥାନ୍ତି।

ସିଦ୍ଧରମୈୟା କହିଛନ୍ତି- ମୁଁ ହିନ୍ଦୁ। କିନ୍ତୁ ଏବେ ଯାଏଁ ମୁଁ ଗୋମାଂସ ଭକ୍ଷଣ କରିନାହିଁ। କିନ୍ତୁ ଚାହିଁଲେ ମୁଁ ଗୋମାଂସ ଖାଇପାରିବି। ମୋ ଉପରେ ପ୍ରଶ୍ନ କରିବାକୁ ଆପଣ କିଏ? କେବଳ ଗୋଟିଏ ସମୁଦାୟର ଲୋକ ହିଁ ଗୋମାଂସ ଖାଆନ୍ତିନି। ହିନ୍ଦୁମାନେ ମଧ୍ୟ ଗୋମାଂସ ଖାଆନ୍ତି। ଖ୍ରୀଷ୍ଟିଆନ୍‌ ବି ଖାଉଛନ୍ତି।

ସେ କହିଛନ୍ତି- ଥରେ ମୁଁ କର୍ଣ୍ଣାଟକର ବିଧାନସଭାରେ ବି କହିଥିଲି ଯେ ମୋର ଗୋମାଂସ ଖାଇବା ଉପରେ ପ୍ରଶ୍ନ କରିବାକୁ ତୁମେ କିଏ। ଏହା ଖାଦ୍ୟ ଅଭ୍ୟାସ ସହ ଜଡ଼ିତ ଏକ ମାମଲା। ଏହା ମୋ ଅଧିକାର।

କର୍ଣ୍ଣାଟକରେ ବିଜେପି ସରକାର ଆଣିଛି ନୂଆ ଆଇନ୍‌:

କର୍ଣ୍ଣାଟକରେ ବିଜେପି ସରକାର ଜାନୁଆରୀ ୨୦୨୧ରେ କର୍ଣ୍ଣାଟକ ହତ୍ୟା ବନ୍ଦ ଓ ଗୋ ସଂରକ୍ଷଣ ଅଧିନିୟମ, ୨୦୨୦ ଜାରି କରିଥିଲେ। ଏହି ନୂଆ ଆଇନ୍‌ ଲାଗୁ ହେବା ପରେ ସମସ୍ତ ପ୍ରକାର ଗୋମାଂସ କିଣିବା, ବିକିବା, ପରିବହନ କରିବା, ହତ୍ୟା କରିବା ଓ ବେପାର କରିବା ଅବୈଧ ଘୋଷିତ ହୋଇଥିଲା। ଏଥିରେ ଗାଈ, ମଇଁଷି, ଷଣ୍ଢ ଓ ବଳଦ ଆଦି ସାମିଲ ଥିଲେ। ଏହି ନିୟମ ନ ମାନିଲେ ୫୦ ହଜାରରୁ ୫ ଲକ୍ଷ ଯାଏଁ ଜରିମାନା ଓ ୭ ବର୍ଷର ଜେଲ ଦଣ୍ଡାଦେଶ ହୋଇପାରେ।

Also Read: ସମୁଦ୍ର ମଝିରେ ହୁ ହୁ ହୋଇ ଜଳିଗଲା ଡଙ୍ଗା, ଜୀଅଁନ୍ତା ଜଳିଗଲେ ୭ ଜଣ; ଭାଇରାଲ ହେଉଛି ଛାତି ଥରା ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.