ସମୁଦ୍ର ମଝିରେ ହୁ ହୁ ହୋଇ ଜଳିଗଲା ଡଙ୍ଗା, ଜୀଅଁନ୍ତା ଜଳିଗଲେ ୭ ଜଣ; ଭାଇରାଲ ହେଉଛି ଛାତି ଥରା ଭିଡିଓ

ଦୁର୍ଘଟଣା କେତେବେଳେ ବି କାହା ସହ ହୋଇପାରେ। ଦୁର୍ଘଟଣା ହେବା ପୂର୍ବରୁ ସୂଚନା ମିଳିନଥାଏ। ଏହା ଅଚାନକ ଆସେ ଓ ନିଜ ସହ ନେଇଯାଏ ମୂଲ୍ୟବାନ ଧନ ଜୀବନ। ସେଭଳି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଦେଖିଲେ ଛାତି ଥରି ଉଠିବ। କାରଣ ଭିଡିଓରେ ଜୀଅଁନ୍ତା ଜଳି ଯାଉଛନ୍ତି ୭ ଜଣ। ଲୋକମାନେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସମର୍ଥ ହୋଇନଥିଲେ। କାରଣ ଏହି ନିଆଁ ପାଣି ମଝିରେ ଏକ ଡଙ୍ଗାରେ ଲାଗିଯାଇଥିଲା। ସମୁଦ୍ର ମଝିରେ ଲୋକମାନେ ନିଜକୁ ବଞ୍ଚାଇବାକୁ କିଛି କରିପାରିନଥିଲେ। ଫଳରେ ନିଆଁର ଆଁରେ ପଶି ପାଉଁଶ ହୋଇ ଯାଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ସମୁଦ୍ରରେ ଏକ ଯାତ୍ରୀ ବାହୀ ଡଙ୍ଗାରେ ନିଆଁ ଲାଗିଯାଇଛି। ନିଆଁର ଭୟାବହତା ଏତେ ଥିଲା ଯେ ସେଥିରୁ କଳା କଳା ଧୂଆଁ ବାହାରିବାରେ ଲାଗିଥିଲା। ପୂରା ଅଞ୍ଚଳ ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଥିଲା। ଆଉ ଏଥିରେ ଜଳି ପୋଡ଼ି ଛାରଖାର ହୋଇଯାଇଥିଲେ ଯାତ୍ରୀଙ୍କ ସମେତ ସବୁ ଜିନିଷ ପତ୍ର। ଏହି ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଦୂରରୁ ବି ସ୍ପଷ୍ଟ ଦିଶୁଥିଲା।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by ABP News (@abpnewstv)

ଡଙ୍ଗା ଜଳି ଯାଉଥିବା ବେଳର ଦୃଶ୍ୟକୁ ଦୂରରୁ ଜଣେ ବ୍ୟକ୍ତି ମୋବାଇଲରେ କଏଦ କରିଛନ୍ତି। ଏହି ଘଟଣା ଫିଲିପାଇନ୍ସର। ଏଠାରେ ଏକ ଯାତ୍ରୀ ବାହୀ ଡଙ୍ଗାରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଫିଲିପାଇନ୍ସର ଉପକୂଳ ପୋଲିସଙ୍କ କହିବାନୁସାରେ, ମେ ୨୩ ସୋମବାର କ୍ୟୁଜୋନ୍‌ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୧୦୫ ଜଣଙ୍କୁ ଉଦ୍ଧାର କରାଯାଇଛି।

ତେବେ ନିଆଁ ଲାଗିବାର କାରଣ ସମ୍ପର୍କରେ ଏବେ ଯାଏଁ ଜଣାପଡ଼ିନାହିଁ। ନିଆଁ ଲାଗିବାର କାରଣ ପୋଲିସ ଖୋଜୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଇତି ମଧ୍ୟରେ ହଜାରେରୁ ଅଧିକ ଲୋକ ଦେଖିସାରିଳେଣି। ସେହିପରି ଲୋକମାନେ କମେଣ୍ଟ ବକ୍ସରେ ଶୋକ ବ୍ୟକ୍ତ ମଧ୍ୟ କରୁଥିବା ଦେଖାଯାଇଛି।

Also Read: ସୁଟିଂ ବେଳେ ଦୁର୍ଘଟଣାର ଶିକାର ହେଲେ ସାମନ୍ଥା ରୁଥ୍‌ ପ୍ରଭୁ ଓ ବିଜୟ ଦେବରକୋଣ୍ଡା, ପିଠିରେ ଲାଗିଛି ଗଭୀର ଆଘାତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.