Below header

ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରଦୂଷଣରେ ମରୁଥିବା ଲୋକଙ୍କ ହାର ଲକ୍ଷରେ ପହଞ୍ଚିଲାଣି

ପ୍ରଦୂଷଣ ଉପରେ ଜାରି ହୋଇଥିବା ରିପୋର୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ୨୦୧୯ରେ ପ୍ରଦୂଷଣରେ ଦୁନିଆରେ ୯୦ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଭାରତରେ ଏହାର ପରିସ୍ଥିତି ଆହୁରି ଭୟଙ୍କର ଅଟେ । କାରଣ ଏହି ୯୦ଲକ୍ଷ ମଧ୍ୟରେ ୨୪ଲକ୍ଷ ମୃତ୍ୟୁ ଦେଶରେ ହୋଇଛି । ଏହି ଦାବି ଦ ଲାନସର୍ଟ କମିଶନର ରିପୋର୍ଟରେ କରାଯାଇଛି । ରିପୋର୍ଟ ଅନୁସାରେ ଦ୍ୱିତୀୟ ସ୍ଥାନରେ ରହିଛି ଚିନ । ଏଠି ପ୍ରଦୂଷଣ କାରଣରୁ ୨୧.୭ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ ।

ରିପୋର୍ଟ ଅନୁସାରେ ଭାରତରେ ପ୍ରଦୂଷଣରେ ହେଉଥିବା ମୃତ୍ୟୁର ବଡ କାରଣ ପବନରେ ବୁଲିଥିବା ବିଷ ଅଟେ । ଦେଶରେ ପ୍ରଦୂଷଣରେ ଯେତେ ବି ମୃତ୍ୟୁ ହୋଇଛି ସେଥିରୁ ୧୬.୭ଲକ୍ଷ ଲୋକ ବାୟୁ ପ୍ରଦୂଷଣ କାରଣରୁ ଜୀବନ ହାରିଛନ୍ତି । ୫ଲକ୍ଷ ମୃତ୍ୟୁ ପାଣିରେ ବଢୁଥିବା ପ୍ରଦୂଷଣ କାରଣରୁ ହୋଇଛି । ଭୂମି ପ୍ରଦୂଷଣ ସମ୍ପର୍କରେ ଆସିଥିବା କାରଣରୁ ୨.୩ଲକ୍ଷ ଓ ରୋଜଗାର ପନ୍ଥାରୁ ହେଉଥିବା ପ୍ରଦୂଷଣରୁ ୧.୬ଲକ୍ଷ ମୃତ୍ୟୁ ହୋଇଛି ।

ପ୍ରଦୂଷଣର ବଡ କାରଣ ବଢୁଥିବା ସହରୀକରଣ ଓ ଉଦ୍ୟୋଗୀକରଣ ଅଟେ । ପ୍ରଦୂଷଣ ବଢିବାରେ ଏମାନଙ୍କର ରୋଲ ସବୁଠୁ ବଡ । ୨୦୦୦ରେ ପ୍ରଦୂଷଣର ମାତ୍ରା ବଢିବାରେ ଏମାନଙ୍କର ୬୬ପ୍ରତିଶତ ଯୋଗଦାନ ଥିଲା । ଯାହା ୨୦୧୫ରେ ୭ପ୍ରତିଶତ ପର୍ଯ୍ୟନ୍ତ ଅଧିକ ବଢିଗଲା । ଏହିଭଳି ଭାବେ ପ୍ରଦୂଷଣର ସ୍ତର ବଢିବାରେ ଲାଗିଲା ।

ରିପୋର୍ଟ ଅନୁସାରେ ସଂୟୁକ୍ତ ରାଷ୍ଟ୍ରର ଏଜେନ୍ସି, ଲୋକ ଓ ସରକାରୀ ପ୍ରୟାସ ପାଇଁ ନିମ୍ନ ଓ ମଧ୍ୟ ସ୍ତରର ଆୟକାରୀ ଦେଶ ମାନଙ୍କ ଠାରେ ପ୍ରଦୂଷଣର ମାମଲା କିଛି ସୁଧାର ଆଡକୁ ଗତି କରିଛି । କିନ୍ତୁ ବର୍ତ୍ତମାନରେ ଯେଉଁ ସ୍ଥିତି ରହିଛି ତାକୁ ଦେଖିବାକୁ ଗଲେ ପ୍ରଦୂଷଣକୁ ରୋକିବା ପାଇଁ ଅତିଶୀଘ୍ର କୌଣସି ବଡ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଯାହା ଫଳରେ ଏହା ଯୋଗୁଁ ହେଉଥିବା ମୃତ୍ୟୁ ଓ ରୋଗକୁ ରୋକାଯାଇପାରିବ ।

ଦୁନିଆରେ ପ୍ରତି ୬ଜଣରେ ଜଣଙ୍କର ମୃତ୍ୟୁ ପ୍ରଦୂଷଣ କାରଣରୁ ହେଉଛି । ଯାହାକୁ ରୋକିବାର ଆବଶ୍ୟକତା ରହିଛି । ଅନ୍ୟ ଏକ ରିପୋର୍ଟ କହୁଛି କି କି ପ୍ରଦୂଷଣ କାରଣରୁ ହାର୍ଟ ଡିଜିଜ ବଢିବାରେ ଲାଗିଛି । ତେଣୁ ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଏକାଠି ହୋଇ କୌଣସି ଏକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.