ଯୁଜବେନ୍ଦ୍ର ଚହଲଙ୍କୁ ଗୋଇଠା ମାରିଲେ ଆଶିଷ ନେହେରା, ଗୁଜରାଟ ଟାଇଟନ୍ସ ଫଟୋ କଲା ଭାଇରଲ

ଗୁଜରାଟ ଟାଇଟନ୍ସ ଟିମ୍‌ ହେଡ କୋଚ ଆଶିଷ ନେହେରା ଆଇପିଏଲ୍‌ ୨୦୨୨ କ୍ୱାଲିଫାୟାର ପ୍ରଥମ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସର ବୋଲର ଯୁଜବେନ୍ଦ୍ର ଚହଲଙ୍କ ପଛକୁ କିକ୍‌ ମାରିଥିଲେ। ଯାହାର ଫଟୋ ଗୁଜରାଟ ଟାଇଟନ୍ସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି। ଯାହା ଭାଇରଲ ହେବାରେ ଲାଗିଛି। କିନ୍ତୁ ଏସବୁ ମସ୍ତି ମଜାକରେ ହୋଇଛି।

ଗୁଜରାଟ ଟାଇଟନ୍ସ ଯୁଜବେନ୍ଦ୍ର ଚହଲ ଏବଂ ଆଶିଷ ନେହେରାଙ୍କ ଫଟୋକୁ ସେୟାର କରି କ୍ୟାପସନରେ ଲେଖିଛି, ଯୁଜି ଏବଂ ନେହେରାଜିଙ୍କୁ ଏମିତି ଦେଖି ବହୁତ ଉତ୍ସାହିତ। ଟ୍ଵିଟର ଏବଂ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଫଟୋରେ ଦୁହିଁଙ୍କ ହସ ହସ ମୁହଁ ଦେଖିବାକୁ ମିଳିଛି।

ipl 2022

ସୂଚନାଯୋଗ୍ୟ, କୋଲକତାର ଇଡେନ ଗାର୍ଡେନ ଆଇପିଏଲ୍‌ ୨୦୨୨ର ପ୍ଲେଅଫ୍‌ ମ୍ୟାଚର ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚର ପ୍ରସ୍ତୁତି ପାଇଁ ଦୁଇଟି ଯାକ ଟିମ ସୋମବାର ଦିନ ପ୍ରାକ୍ଟିସ କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ। ଏହି ସମୟରେ ଗୁଜରାଟ ଏବଂ ରାଜସ୍ଥାନ ଟିମର ଖେଳାଳି ଏବଂ ସପୋର୍ଟ ଷ୍ଟାଫ ପରସ୍ପର ସହିତ ମିଳାମିଶା କରିଥିଲେ। ଏହି ସମୟରେ ଯୁଜବେନ୍ଦ୍ର ଚହଲ ଏବଂ ରାସିଦ ଖାନ ମଧ୍ୟ ପରସ୍ପର ସହିତ ମିଶିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.