Below header

ଚନ୍ଦ୍ରର ମାଟିରୁ ଅକ୍ସିଜେନ ଓ ଇନ୍ଧନ ପ୍ରସ୍ତୁତ କରିବ ଚୀନ !

ପ୍ରତିଦିନ କିଛି ନା କିଛି ସମ୍ଭାବନା ଉଦ୍ଭାବନା ସାମନାକୁ ଆସୁଛି । ଆଉ ଏହାରି ଭିତରେ ଆଉ ଏକ କଥା ସାମନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଆପଣ ଜାଣନ୍ତି ପ୍ରତି ସମୟରେ ଚୀନ ଏଭଳି କିଛି କହିଥାଏ ଯାହା ଅନ୍ୟଦେଶ ଗୁଡିକୁ ଭାବିବାକୁ ବାଧ୍ୟ କରେ । ସେମିତି ଏକ କଥା କହିଛି ଚୀନ । ଏବେ ଚୀନର କହିବା କଥା କି ଅକ୍ସିଜେନ ତିଆରି ହୋଇପାରିବ ସେ ପୁଣି ମାଟିରୁ ।

ଏବେ ଚାନ୍ଦର ମାଟିରୁ ଅମ୍ଳଜାନ ବାହାର କରିବ ଚୀନ । ଖାଲି ଅମ୍ଳଜାନ ନୁହେଁ ଇନ୍ଧନ ବି ତିଆରି କରିବ ଚୀନ । ଏବେ ସେହି ପ୍ରସ୍ତୁତିରେ ଚୀନର ବୈଜ୍ଞାନିକ । ଚୀନ ବୈଜ୍ଞାନିକମାନେ ଏବେ ନିଜ ରିସର୍ଚ୍ଚରୁ ଏହାର ସଂକେତ ଦେଇଛନ୍ତି । ଚୀନର ଚାଙ୍ଗଇ୫ ଅନ୍ତରୀକ୍ଷ ଯାନ ନିଜର ମିଶନ ଭିତରେ ଚାନ୍ଦରୁ ମାଟି ଅ ଅନ୍ୟନ୍ୟ ପଦାର୍ଥର ନମୂନା ଏକାଠି କରିଥିଲେ । ଏହାପେର ଏହାର ଯାଞ୍ଚ କରାଯାଇଥିଲା । ଆଉ ଯାଞ୍ଚ ପରେ ସେମାନଙଜ୍କର କହିବା କଥା କି ଚନ୍ଦ୍ରର ମାଟିରୁ ଅକ୍ସିଜେନ ଓ ଇନ୍ଧନ ତିଆରି ହୋଇପାରିବ ।

ଚୀନର ନାନଜିଂଗ ୟୁନିଭରସିଟିର ଅନୁସନ୍ଧାନକାରୀ ୟିଙ୍ଗଫୈଙ୍ଗ ୟାଓଙ୍କ କହିବା କଥା କି ଚନ୍ଦ୍ରର ମାଟି ଓ ସୋଲାର ରେଡିଏସନର ଅନେକ ପ୍ରକାରରେ ଫାଇଦା ଉଠାଯାଇପାରିବ । ରିସର୍ଚ୍ଚ ସମୟରେ ଏହା ପ୍ରମାଣିତ ହୋଇଛି ଚି ଚନ୍ଦ୍ରରୁ ଅଣାଯାଇଥିବା ମାଟିରେ ଆଇରନ ଓ ଚାଇଟେନିୟମ ବହୁ ମାତ୍ର୍ରାରେ ରହିଛି । ଏହି ଉତ୍ପେରକର ରହିବା କାରଣରୁ ସୂର୍ଯ୍ୟରଶ୍ମୀ ଓ କାର୍ବନ ଡାଇଅକ୍ସାଇଡ ସାହାଯ୍ୟରେ ଅକ୍ସିଜେନ ତିଆରି କରାଯାଇପାରିବ । ଜୁଲ ଜର୍ନଲରେ ପ୍ରକାଶିତ ରିପୋର୍ଟ ହିସାବରେ ୪୦ବର୍ଷରେ ପ୍ରଥମ ଥର କୌଣସି ଲୁନର ମିଶନରେ ମାଟି ଅଣାଯାଇଥିଲା । ଅନ୍ତରାଷ୍ଟ୍ରୀୟ ବୈଜ୍ଞାନିକଙ୍କ ଏକ ଟିମ ଏହି ମାଟିର ବୟସର ଅନୁମାନ ଲଗାଇଥିଲେ । ତାଙ୍କର କହିବା କଥା କି ଚନ୍ଦ୍ରର ଏହି ମାଟି ୧୯୭ବର୍ଷ ପୁରୁଣା ଅଟେ । ଏବଂ ଏହା ଉପରେ ପ୍ରୟୋଗ କରାଯାଇଛି । ଏହି ମାଟିର ଯାଞ୍ଚରେ ଯେଉଁ ପରିଣାମ ସାମନାକୁ ଆସିଛି ସେହିଠାରୁ ଜୀବନ ବଞ୍ଚିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି ।

ଚୀନର ବୈଜ୍ଞାନିକ ଲମ୍ବା ସମୟ ଧରି ଚନ୍ଦ୍ରରେ ବସତି ସ୍ଥାପନ କରିବା ପାଇଁ ଲାଗି ରହିଛନ୍ତି । ଏହି ସମ୍ଭାବନାକୁ ଖୋଜିବା ପାଇଁ ଚୀନର ବୈଜ୍ଞାନିକ ଚାଙ୍ଗଇ ୫ ଅନ୍ତରୀକ୍ଷ ବିମାନକୁ ଚନ୍ଦ୍ରକୁ ପଠାଇଥିଲେ । ବୈଜ୍ଞାନିକଙ୍କ କହିବା କଥା କି ଚନ୍ଦ୍ରରେ ଅନେକ ମୂଲ୍ୟବାନ ସଂସଧନ ମହଜୁଦ ରହିଛି । ଏହି ମାଟିରେ ହେଉଥିବା ରିସର୍ଚ୍ଚରୁ ଆହୁରି ଅନେକ କିଛି ସୂଚନା ସାମନାକୁ ଆସିପାରେ ।

ଏକ ରିପୋର୍ଟ ହିସାବରେ ଚନ୍ଦ୍ରର ମାଟିରୁ ହାଇଡ୍ରୋକାର୍ବନର ଉତ୍ପାଦନ କରାଯାଇପାରେ । ଯେଉଁଥିର ମିଥେନ ତିଆରି କରାଯାଇପାରେ । ଏଥିପାଇଁ କୌଣସି ଅନ୍ତରୀକ୍ଷ ଉର୍ଜାର ଆବଶ୍ୟକତା ପଡିବ ନାହିଁ । କେବଳ ସୂର୍ଯ୍ୟରୁ ମିଳୁଥିବା ଏନର୍ଜିରୁ ଏହା ସମ୍ଭବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.