Below header

ବଲାଙ୍ଗିର : ଝିଟିପିଟି ପଡ଼ିଥିବା ଜାଣି ବି ଛାତ୍ରଙ୍କୁ ଦିଆଗଲା ଖାଦ୍ଯ, ଅସୁସ୍ଥ ଅବସ୍ଥାରେ ସଭିଏଁ ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗିର (କେନ୍ୟୁଜ୍‌): ଖାଇବାରେ ଝିଟିପିଟି । ଝିଟିପିଟି ପଡିଥିବା ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ । ବଲାଙ୍ଗୀର ସରକାରୀ ITI ହଷ୍ଟେଲରେ ଛାତ୍ର ଖାଉଥିବା ରାତ୍ରି ଭୋଜନରେ ଝିଟିପିଟି ବାହାରିଥିଲା । ଖାଦ୍ୟ ଖାଇବା ପରେ କିଛି ଛାତ୍ର ଅସୁସ୍ଥ ଅନୁଭବ କରିଥିଲେ । ପରେ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଛି ।

ଖାଦ୍ୟରେ ଝିଟିପିଟି ପଡିଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ହେବ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.