ଖୁସି ଖବର ! ଏବେ ପ୍ଲେନରେ ମଧ୍ୟ ଚଲାଇପାରିବେ ଇଣ୍ଟରନେଟ, ଜାଣନ୍ତୁ କିଏ ଯୋଗାଉଛି ଏହି ସେବା

ଭାରତ ଦୁନିଆର ସବୁଠାରୁ ଅଧିକ ଡାଡା ଖର୍ଚ୍ଚ କରୁଥିବା ଦେଶ ମଧ୍ୟରେ ଅନ୍ୟତମ। ଇଣ୍ଟରନେଟ ସେବା ଦେଶର କୋଣ ଅନୁକୋଣରେ ମିଳୁଥିବାରୁ ଡାଟା ମଧ୍ୟ ସେମିତି ବ୍ୟବହାର କରାଯାଉଛି। କିନ୍ତୁ ଏମିତି ଏକ ଜାଗ ରହିଛି, ଯେଉଁଠି ଆଜି ବି ଭାରତୀୟମାନେ ଇଣ୍ଟରନେଟ ସେବାକୁ ବ୍ୟବହାର କରିପାରୁନାହାନ୍ତି। ଆଉ ତାହା ହେଉଛି ଆକାଶ ବା ବିମାନ ଭିତରେ। କିନ୍ତୁ ଆଗାମୀ ସମୟରେ ଭାରତୀୟ ବିମାନ ମଧ୍ୟରେ ଇଣ୍ଟରନେଟର ବ୍ୟବହାର କରିପାରିବେ। ଏକ ପ୍ରମୁଖ ଭାରତୀୟ ଏୟାରଲାନ ସ୍ପାଇସଜେଟ, ଖୁବଶୀଘ୍ର ବିମାନରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସୁବିଧା ଦେବ ବୋଲି ସୂଚନା ରହିଛି।

ସ୍ପାଇସଜେଟର ଚେୟାରମ୍ୟାନ ଅଜୟ ସିଂ କହିଛନ୍ତି, ଏୟାରଲାଇନ ନିଜ ବିମାନରେ ଖୁବଶୀଘ୍ର ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଆରମ୍ଭ କରିବ। କମ୍ପାନୀ ଆଗାମୀ କିଛି ମାସ ମଧ୍ୟରେ ବିମାନ ବୋଇଂ-୭୩୭ ମ୍ୟାକ୍ସ ବିମାନରେ ସାମିଲ କରିବ। ସ୍ପାଇସଜେଟର େଓ୍ଵବସାଇଟ ମୁତାବକ, ଏୟାରଲାଇନ ପାଖରେ ୯୧ ବିମାନ ରହିଛି। ୧୩ଟି ମ୍ୟାକ୍ସ ବିମାନ ଏବଂ ୪୬ ବୋଇଂ –୭୩୭ ବିମାନ ପୁରୁଣା ରହିଛି।

spicejet

ଏୟାରଲାଇନ୍ସର ୧୭ତମ ବାର୍ଷିକୀରେ କର୍ମଚାରୀଙ୍କୁ ଇମେଲରେ ଜଣାଛି କି, ସ୍ପାଇସଜେଟ ମାସିକ ଆଧାରରେ ଅଧିକ ଯାତ୍ରୀଙ୍କ ସହିତ ଉଡାଣ ଭରୁଛି। ଆଗାମୀ ମାସରେ ମଧ୍ୟ ଏହା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସିଂ କହିଛନ୍ତି, ବୋଇଂ ୭୩୭ ମ୍ୟାକ୍ସ ବିମାନର ସଫଳତାପୂର୍ବକ ସେବା ଫେରିଆସିଛି ଏବଂ ଯାତ୍ରୀମାନଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି। ଏୟାରଲାଇନ ଆଗାମୀ କିଛି ମାସରେ ସବୁ ପୁରୁଣା ବିମାନକୁ ମ୍ୟାକ୍ସରେ ପରିବର୍ତ୍ତନ କରିବାର ଯୋଜନା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.