Below header

୨୭ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ଆସିବ ୬ହଜାର ୧୩୪ କୋଟି ଟଙ୍କାର ନିବେଶ

୨୭ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ଆସିବ ୬ହଜାର ୧୩୪ କୋଟି ଟଙ୍କାର ନିବେଶ । ପ୍ରକଳ୍ପ ଗୁଡ଼ିକ ୧୦ ଜିଲ୍ଲାରେ ସ୍ଥାପନ ହେବ।

ଭୁବନେଶ୍ୱର (କେନ୍ୟୁଜ): ୨୭ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ଆସିବ ୬ହଜାର ୧୩୪ କୋଟି ଟଙ୍କାର ନିବେଶ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ କର୍ତ୍ତୃପକ୍ଷର ୧୨୮ତମ ବୈଠକରେ ୨୭ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ଆସିବ ୬ହଜାର ୧୩୪ କୋଟି ଟଙ୍କାର ନିବେଶ । ପ୍ରକଳ୍ପ ଗୁଡ଼ିକ ୧୦ ଜିଲ୍ଲାରେ ସ୍ଥାପନ ହେବ।

ଏହାଦ୍ବାରା ୪୨ ହଜାର ୨୭୫ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପାରାଦୀପରେ ହେବ ରେଳ ବଗି କାରଖାନା ଏବଂ କପଲର ବିନିର୍ମାଣ ୟୁନିଟ । ରାୟଗଡ଼ାରେ ପ୍ରିମିୟର ଏକ୍ସପ୍ଲୋସିଭ୍ ଗୋଳାବାରୁଦ ୟୁନିଟ୍ ସ୍ଥାପନ ହେବ । ପୁରୀରେ ପଞ୍ଚ ତାରକା ହୋଟେଲ କରିବ ଆଇଟିସି । ଖୋର୍ଦ୍ଧାରେ ସୋଲାର ସେଲ ୟୁନିଟ ନିର୍ମାଣ ହେବ । ସବୁଜ ଶକ୍ତି କ୍ଷେତ୍ରରେ ଓଡ଼ିଶା ଜଳବିଦ୍ୟୁତ ନିଗମ କନ୍ଧମାଳରେ ୬୩ ମେଗାୱାଟ ବିଶିଷ୍ଟ ଜଳ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିବ । ଏହା ୭୮୭ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବ। ସେହିପରି ବୟନ ଶିଳ୍ପ କ୍ଷେତ୍ରରେ ୨୬ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.