ମହିଳା ପ୍ରିମିୟର ଲିଗ୍ ର ଦ୍ବିତୀୟ ସଂସ୍କରଣ: ଦିଲ୍ଲୀକୁ ୪ ୱିକେଟରେ ପରାସ୍ତ କଲା ମୁମ୍ବାଇ

ଶେଷ ବଲରେ ଛକା ମାରି ଜିତିଲା ମୁମ୍ବାଇ । ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ ଥିଲା ବେଶ ରୋମାଞ୍ଚକର । ଶୁକ୍ରବାର ମହିଳା ପ୍ରିମିୟର ଲିଗ୍ ର ଦ୍ବିତୀୟ ସଂସ୍କରଣ ଆରମ୍ଭ ହୋଇଛି । ବେଙ୍ଗାଲୁରୁ ଏମ୍ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ବଲରେ ଛକା ମାରି ଦିଲ୍ଲୀକୁ ପରାସ୍ତ କରିଛି।

ବେଙ୍ଗାଳୁରୁ (କେନ୍ୟୁଜ ): ଶେଷ ବଲରେ ଛକା ମାରି ଜିତିଲା ମୁମ୍ବାଇ । ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ ଥିଲା ବେଶ ରୋମାଞ୍ଚକର । ଶୁକ୍ରବାର ମହିଳା ପ୍ରିମିୟର ଲିଗ୍ ର ଦ୍ବିତୀୟ ସଂସ୍କରଣ ଆରମ୍ଭ ହୋଇଛି । ବେଙ୍ଗାଲୁରୁ ଏମ୍ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ବଲରେ ଛକା ମାରି ଦିଲ୍ଲୀକୁ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୫ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ୨୦ ଓଭରରେ ୬ ୱିକେଟ ହରାଇ ୧୭୩ ରନ କରିଥିଲା । କେରଳର ସଜୀବନ ସଜନା ଅନ୍ତିମ ବଲରେ ଆଲିସ କ୍ୟାପସିଙ୍କୁ ଛକା ମାରି ମୁମ୍ବାଇକୁ ବିଜୟ ଦେଇଥିଲେ । ଦଳ ପକ୍ଷରୁ ୟସ୍ତିକା ଭାଟିଆ ସର୍ବାଧିକ ୫୭ ରନ୍ ସଂଗ୍ରହ କରିଥିଲେ । ଅର୍ଦ୍ଧ ଶତକୀୟ ପାଳି ଖେଳିଥିବା ହରମନପ୍ରୀତ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଆଜି ଦ୍ବିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିଅର୍ସ ମୁହାଁମୁହିଁ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.