Below header

ପାରାଦୀପ ବନ୍ଦରରୁ କୋକେନ ଜବତ ଘଟଣା: ଏମଭି ଦେବୀ ଜାହାଜକୁ ବାନ୍ଧିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମ ଭି ଦେବୀ ଜାହାଜକୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ମଧ୍ୟରେ ଗିରଫ ୱାରେଣ୍ଟ ଜାରି କରିବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ ।

କଟକ (କେନ୍ୟୁଜ): କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମ ଭି ଦେବୀ ଜାହାଜକୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ମଧ୍ୟରେ ଗିରଫ ୱାରେଣ୍ଟ ଜାରି କରିବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ପାରାଦୀପ ବନ୍ଦରରେ ବର୍ଥ ଭଡା ଓ ଅନ୍ୟାନ୍ୟ ଦେୟ ଆଦାୟ ପ୍ରସଙ୍ଗକୁ ନେଇ ପାରାଦୀପ ଇଣ୍ଟରନ୍ୟାସନାଲ କାରଗୋ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଦାୟର ମାମଲାର ଶୁଣାଣି ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଅସୁଲ ପାଇଁ ଏହି ମାମଲା ଦାୟର ହୋଇଥିବା ବେଳେ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ନରସିଂହ ମାମଲାର ଶୁଣାଣି କରି ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଗତ ନଭେମ୍ବର ୩୦ ତାରିଖରେ ଏମ ଭି ଦେବୀ ଜାହାଜ ପାରାଦୀପ ବନ୍ଦର ଆସିଥିବା ବେଳେ ୨୨୦ କୋଟି ଟଙ୍କାର କୋକେନ୍ ସହିତ ଜବତ ହୋଇଥିଲା । ସେବେଠାରୁ ଏହି ଜାହାଜ ୨୧ ଜଣ କ୍ରିୟୁ ସଦସ୍ୟଙ୍କ ସହିତ ପାରାଦୀପରେ ଅଟକ ରହିଛି । ଏହି ଜାହାଜଟି ଭିଏତନାମାର ହୋଇଥିବା ବେଳେ ଇଣ୍ଡୋନେସିଆରୁ ପାରାଦୀପକୁ ଷ୍ଟିଲ ପ୍ଲେଟ ନେବା ପାଇଁ ଆସିଥିଲା । ଅନ୍ତରୀଣ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଏ ସଂକ୍ରାନ୍ତୀୟ ସାମୁଦ୍ରିକ ବିବାଦ ସମ୍ପର୍କିତ ମୂଳ ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୭ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.