ଗୁଳି ଫୁଟାଇ ଅଳଙ୍କାର ଦୋକାନରୁ ଲୁଟ, ଦୁର୍ବୃତ୍ତଙ୍କ ଆକ୍ରମଣରେ ଜୁଏଲାରୀ ମାଲିକ ଓ ପୁଅ ଆହତ

ଗୁଳି ଫୁଟାଇ ଅଳଙ୍କାର ଦୋକାନରୁ ଲୁଟ । ପୁରୀର ରେଡକ୍ରସ ରୋଡ଼ ନିକଟରେ ଥିବା ଜୁଏଲାରୀ ଦୋକାନରୁ ଦୁର୍ବୃତ୍ତମାନେ ବିଭିନ୍ନ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ପୁରୀ (କେନ୍ୟୁଜ): ଗୁଳି ଫୁଟାଇ ଅଳଙ୍କାର ଦୋକାନରୁ ଲୁଟ । ପୁରୀର ରେଡକ୍ରସ ରୋଡ଼ ନିକଟରେ ଥିବା ଜୁଏଲାରୀ ଦୋକାନରୁ ଦୁର୍ବୃତ୍ତମାନେ ବିଭିନ୍ନ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଗତକାଲି ରାତିରେ ୪ ଦୁର୍ବୃତ୍ତ ବନ୍ଧୁକ ଓ ବିଭିନ୍ନ ମରଣାସ୍ତ୍ର ଧରି ସୁନା ଦୋକାନରେ ପଶିଥିଲେ। ଏହି ସମୟରେ ଦୋକାନ ମାଲିକ ଓ ତାଙ୍କ ପୁଅ ବିରୋଧ କରିବାରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଵା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l ଦୁର୍ବୃତ୍ତଙ୍କ ଆକ୍ରମଣରେ ଜୁଏଲାରୀ ମାଲିକ ଓ ତାଙ୍କ ପୁଅ ଆହତ ହୋଇଛନ୍ତି l ଜୁଏଲାରୀରେ ଗୁଳି ଫୁଟାଇ ସୁନା ଓ ରୁପା ଅଳଙ୍କାର ସହ ଟଙ୍କା ଲୁଟ କରିଛନ୍ତି l କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି । ହେଲେ ଦୁର୍ବୃତ୍ତଙ୍କ ଟେର ପାଇ ପାରିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.