Below header

କୋରାପୁଟ: ଠିକାଦାରଙ୍କୁ ଅପହରଣ କରି ୩୦ ଲକ୍ଷ ଟଙ୍କା ଚାନ୍ଦା ମାଗିଲେ ଦୁର୍ବୃତ୍ତ, ୩ ଜଣକୁ ଗିରଫ କଲା ଶିମିଳିଗୁଡା ପୋଲିସ

କୋରାପୁଟ(କେନ୍ୟୁଜ୍): ଅପହରଣକରି ଚାନ୍ଦା ମାଗିବା ପଡିଲା ମହଙ୍ଗା। ୩ ଅପହରଣକାରୀଙ୍କୁ ଗିରଫ କଲା ଶିମିଳିଗୁଡା ଥାନା ପୋଲିସ। ମିଳିଥିବା ସୂଚନା ମୁତାବକ ଶିମିଳିଗୁଡାର ଠିକାଦାର ରିତୁ ସାହୁକୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ।  ସେଠାରେ ଠିକାଦାରଙ୍କୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ଠିକାଦାର ସେମାନଙ୍କ କଥା ମାନି ୩୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେବା ପରେ ଦୁବ୍‌ତ୍ତମାନେ ଠିକାଦାରଙ୍କୁ ଛାଡି ଦେଇଥିଲେ ଓ ଧମକ ଦେଇ କହିଥିଲେ ଏ କଥା ପୋଲିସରେ ଜଣାଇଲେ ଜୀବନରୁ ମରିଦେବୁ। ଠିକାଦାର ଦୁର୍ବୃତ୍ତଙ୍କ ସର୍ତ୍ତମାନି ୫ ଲକ୍ଷଟଙ୍କା ଅପହରଣକାରୀଙ୍କୁ ଦେଇଥିଲେ। ପରେ ଏହି  ଘଟଣାକୁ ଠିକାଦାର ଜଣକ ପୋଲିସରେ ଜଣାଇଥିବାରୁ ପୋଲିସ ଏହି ଅପହରଣକାରୀ ଟିମକୁ ଧରିବାକୁ ଉଦ୍ୟମ ଚଳାଇଥିଲା। ଆଜି ସେହି ଅପହରଣକାରୀ ଟିମକୁ ଧରି ସେମାନେ ବ୍ୟବହାର କରୁଥିବା ଏକ କାର ଓ ଅନ୍ୟାନ ମାରଣାସ୍ତ୍ର ଜବତ କରିଛି ପୋଲିସ। ଅପହରଣକାରୀଙ୍କୁ ଗିରଫ କରିବା ପରେ ଅପହରଣ ସମ୍ପର୍କରେ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁନାବେଢା ଏସପି ନିରଞ୍ଜନ ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.