ଓଡିଶାର ୧୨ ଜିଲ୍ଲାକୁ ସତର୍କ ସୂଚନା, ରାତି ୧୧ଟା ମଧ୍ୟରେ ଏହି ଜିଲ୍ଲାରେ ହେବ ଘଡଘଡି ସହ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଓଡିଶାର ୧୨ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ। ମିଳିଥିବା ସୂଚନା ମୁତାବକ ଆଜି ରାତି ୮ଟାରୁ ୧୧ ମଧ୍ୟରେ ଏହି ୧୨ ଟି ଜିଲ୍ଲାରେ ବର୍ଷା ହେବାର ଆକଳନ କରିଛି  ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ନୂଆପଡା, ବରଗଡ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କନାଳ, କେନ୍ଦ୍ରାପଡା, କଟକ, ସମ୍ବଳପୁର, କନ୍ଧମାଳ ଓ  ଭଦ୍ରକ ଜିଲ୍ଲା। ଏହି ସବୁ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ଓ  ରାତି ୧୧ଟା ମଧ୍ୟରେ ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.