Below header

କଟକରେ ଅନୁଷ୍ଠିତ ହେଲା ଦିନିକିଆ ରାଜ୍ୟ ସ୍ତରୀୟ ମହିଳା ପୋଲିସ ସମ୍ମିଳନୀ, ବିଭିନ୍ନ ସେବା ଓ କଲ୍ୟାଣ ପ୍ରସଙ୍ଗରେ ବିସ୍ତୃତ ହେଲା ଆଲୋଚନା

କଟକ(କେନ୍ୟୁଜ୍):କଟକରେ ‘ପୋଲିସରେ ମହିଳା’ ଶୀର୍ଷକ ଦିନିକିଆ ରାଜ୍ୟ ସ୍ତରୀୟ ମହିଳା ପୋଲିସ ସମ୍ମିଳନୀ । ଏଥିରେ ମହିଳା ପୋଲିସ କର୍ମଚାରୀମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ମହିଳା ପୋଲିସଙ୍କ ବିଭିନ୍ନ ସେବା ଓ କଲ୍ୟାଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ମହିଳା ପୋଲିସ ସମ୍ମିଳନୀ ଆୟୋଜିତ ହୋଇଥିଲା। ମୋଟ ୧୨୭ ଜଣ ମହିଳା ପୋଲିସ କର୍ମଚାରୀ ଏହି ସମ୍ମିଳନୀରେ ଥିବାବେଳେ ୪ ଜଣ ଆଇପିଏସ, ୩ ଜଣ ଅତିରିକ୍ତ ଏସପି, ୧୨ ଜଣ ଡିଏସପି, ୧୨ ଜଣ ଭାରପ୍ରାପ୍ତ ଡିଏସପି, ୨୯ ଜଣ ଇନିସପେକ୍ଟର, ୧୭ ଜଣ ସବଇନିସପେକ୍ଟର, ୮ ଜଣ ଏଏସଆଇ ଓ ୪୮ ଜଣ କନେଷ୍ଟବଳ ଭାଗ ନେଇଥିଲେ ।

women police1ରାଜ୍ୟରେ ଏକ ଶହରୁ ଅଧିକ ଥାନାରେ ମହିଳାମାନେ ଆଇଆଇସି କିମ୍ବା ଓଆଇସି ଭାବରେ କାର୍ଯ୍ୟରତ ଥିବା ପୋଲିସ ଡିଜି କହିଛନ୍ତି। ମହିଳା ପୋଲିସଙ୍କ କର୍ମକ୍ଷେତ୍ରରେ ମୋବାଇଲ ଟୟଲେଟ ଏବଂ ପ୍ରସୂତୀ ଓ ପ୍ରସୂତୀ ପରର ଶିଶୁର ଲାଳନ ପାଳନ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଡିଜି ଗ୍ରହଣ କରିଥିଲେ। ତେବେ ଡ୍ରାଇଭର, ଆରଆଇ, ସର୍ଜେଣ୍ଟ ଭଳି ପଦବୀ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ରଖିବାକୁ ପ୍ରସ୍ତାବ ଆସିଥିବାବେଳେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି । ମହିଳା ପୋଲିସ କର୍ମଚାରୀମାନେ କର୍ମକ୍ଷେତ୍ରରେ ନିର୍ଯାତନାର ଶିକାର ହେଉଥିବା ମଧ୍ୟ ସ୍ୱୀକାର କରିଛନ୍ତି ପୋଲିସ ଡିଜି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.