ମୋତେ ଆଉ ହେବନି କରୋନା, ଭିନ୍ନ ଉପାୟରେ ସୋସିଆଲ ମିଡିଆରେ ସତର୍କତାର ବାର୍ତ୍ତା ଦେଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

କରୋନା ଭାଇରସର ପ୍ରଭାବ ବିଶ୍ୱବ୍ୟାପି ଯେମିତି ଛାଇ ଗଲାଣି । ଏମିତିକି ବିଶ୍ୱର ଅର୍ଥବ୍ୟବସ୍ଥା ବି ଧୀରେ ଧୀରେ ମାନ୍ଦାବସ୍ଥା ଆଡକୁ ଗତି କଲାଣି । ସାମାଜିକ ଅବସ୍ଥା ବି ଭିନ୍ନ ରୂପ ନେଲଣି । ଲୋକଙ୍କ ପରସ୍ପରକୁ ଶୁଭେଚ୍ଛା ଜଣାଇବା ତରିକା ମଧ୍ୟ ବଦଳିବାକୁ ଲାଗିଲାଣି । ବିଶ୍ୱର ଅଧିକାଂଶ ଦେଶ ଏହି ଭାଇରସ ପ୍ରଭାବରୁ ରକ୍ଷା ପାଇବା ପାଇବା ଭିନ୍ନ ଭିନ୍ନ ଉପାୟ ମାନ ବି ଆପଣେଇଲେଣି । ଏହି ସମୟରେ ଭାରତର ଅନ୍ୟତମ ନାମୀ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ବି ନିଜ ଉପାୟରେ ଲୋକଙ୍କ ମଧ୍ୟରେ ସତର୍କତା ବାର୍ତ୍ତା ଦେବା ଆରମ୍ଭ କରିଦେଇଛନ୍ତି । ନିକଟରେ ହିଁ ଆନନ୍ଦ ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ୭ ମିଲିୟନ ଫଲୋଅର୍ଶଙ୍କୁ ନିଜେ ପଚାରିଛନ୍ତିକି ଏହି Covid-19 ଭାଇରସ ପ୍ରଭାବରୁ ବିଶ୍ୱ କେମିତି ତ୍ରାହି ପାଇପାରିବ ।

anand

ଆନନ୍ଦଙ୍କ ଏହି ପ୍ରଶ୍ନରେ ବି ତାଙ୍କୁ ଏକ ଭଲ ଉତ୍ତର ଆସିଛି । ତାଙ୍କର ଏକ ଫ୍ଲୋରେଶ ହିଁ ଏକ ଫଟୋ ସେୟାର କରିଥିବା ବେଳେ ଅଳ୍ପ ସମୟ ଭିତରେ ଏହା ଖୁବ ଲୋକପ୍ରିୟତା ହାସଲ କରି ସାରିଲାଣି । ଏହି ମଜାଦାର ଫଟୋରେ ବାହାରକୁ ବୁଲିବାକୁ ଯିବା ପୂର୍ବରୁ ଏକ କୁକୁର ନିଜ ମୁହଁରେ ଏକ ମାସ୍କ ପିନ୍ଧିଥିବା ନଜର ଆସିଛି । କୁକୁରର ମାଲିକ ନିଜ କୁକୁରକୁ କରୋନା ପରି ମାରାତ୍ମକ ଭାଇରସ ଦାଉରୁ ବଞ୍ଚାଇବା ପାଇଁ ବାହାରକୁ ଯିବା ପୂର୍ବରୁ ତା ମୁହଁରେ ମାସ୍କ ବାନ୍ଧି ଦେଇଛନ୍ତି । ଖାଲି ସେତିକି ନୁହେଁ କୁକୁରଟି ଏକ କାର ଜରିଆରେ ମାଲିକଙ୍କ ସହ ସୁପର ମାର୍କେଟ ଯାଉଥିବା ଜଣାଯାଇଛି ।

ସିଏନଏନ ଦ୍ଵାରା ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ବିଶେଷଣଜ୍ଞ ମାନେ କୁକୁର ଓ ବିଲେଇଙ୍କୁ କରୋନା ଭାଇରସ ହେବ ନାହିଁ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି । ମାର୍ଚ୍ଚ ୫ ତାରିଖ ସକାଳେ ହିଁ ଏହି ଭିଡିଓ ଟିକୁ ସେୟାର କରାଯାଇଛି । ଯାହାକୁ ଏଯାବତ ପ୍ରାୟ ୮୦ ହଜାର ଲୋକ ଦେଖି ସାରିଲେଣି । ଏହା ସହ ୭ ହଜାର ଲାଇକ୍ସ କରିବା ସହ ୧ ହଜାର ଜଣ ରି-ଟ୍ୱିଟ କରିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.