Below header

ବାଲେଶ୍ଵର ବିର୍ଲା ଟାୟାର୍ସ ତାରିଣୀ ଛକ ନିକଟରେ ଓଭର ବ୍ରିଜ ତଳକୁ ଖସିଲା କାର୍: ୩ ମୃତ, ୨ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅଧୀନ ବିର୍ଲା ଟାୟାର୍ସ ତାରିଣୀ ଛକ ନିକଟରେ ଦୁର୍ଘଟଣା । ଗତ ବିଳମ୍ବିତ ରାତ୍ରିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ଯ ହରାଇ ଓଭର ବ୍ରିଜ ତଳକୁ ଖସିଗଲା ଏକ କାର। ଯାହା ଫଳରେ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, ୨ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ କାରଟି ବାରିପଦା ରୁ ଭୁବନେଶ୍ୱର ଯିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.