ଅବସରପ୍ରାପ୍ତ IAS ଦ୍ୱିଜମ୍ବର କାନୁନଗୋଙ୍କର କରୋନାରେ ପରଲୋକ

ଭୁବନେଶ୍ବର: ଅବସରପ୍ରାପ୍ତ IAS ଦ୍ୱିଜମ୍ବର କାନୁନଗୋଙ୍କର କରୋନାରେ ପରଲୋକ । ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ପରଲୋକ ହୋଇଛି । ଶତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୌମେନ୍ଦ୍ର କାନୁନଗୋ, ଝିଅ ସ୍ମିତା ପୁତୁରା ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ସିଦ୍ଧାର୍ଥ କାନୁନଗୋ ଉପସ୍ଥିତି ଶେଷକୃତ୍ୟ କରାଯାଇଥିଲା ।

ଜିଲ୍ଲା ପୁର୍ନଗଠନ ପରେ ଦ୍ୱିଜମ୍ବର କାନୁନଗୋ ଅନୁଗୁଳର ପ୍ରଥମ ଜିଲ୍ଲାପାଳ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ଅବସର ପରେ ସେ ଓକିଲାତି କରୁଥିଲେ । କଟକ ଜିଲ୍ଲା ନିଆଳି ମାଧବ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ତଥା ପରୋପକାରୀ ବ୍ୟକ୍ତି ଭାବେ ବିଭିନ୍ନ ମହଲରେ ତାଙ୍କର ଆଦୃତ୍ତି ଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.