Below header

ଯାଜପୁର : କ୍ରସର ମାଲିକଙ୍କ ଆକ୍ରମଣରେ ୩ ଶ୍ରମିକ ଆହତ ଅଭିଯୋଗ

ଯାଜପୁର(କେନ୍ୟୁଜ) : କ୍ରସର ମାଲିକ ଓ ତାଙ୍କ ସମର୍ଥକଙ୍କ ଆକ୍ରମଣରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ଜେନାପୁର ଥାନା ବାଘୁଆ କୁସୁନୁପୁର ଅଂଚଳର ଘଟଣା। ଗୁରୁତର ଆହତ ଶ୍ରମିକଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଆଜି କୁସୁନପୁର ଅଞ୍ଚଳର ଏକ କ୍ରସରରେ ୩ଜଣ ଶ୍ରମିକ କାମ କରୁଥିବା ସମୟରେ ଅନ୍ୟ ଏକ କ୍ରସରର ମାଲିକ ସେହି ଶ୍ରମିକଙ୍କୁ ତାଙ୍କର ଏକ କାମ କରିବାକୁ କହିଥିଲେ । କାର୍ଯ୍ୟରତ ଶ୍ରମିକମାନେ ଏଥିରେ ଅରାଜି ହେବାରୁ କ୍ରସର ମାଲିକ ଉତ୍କ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ଏକାଧିକ ସମର୍ଥକଙ୍କୁ ଡାକି ଶ୍ରମିକମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

ଗୁରୁତର ଶ୍ରମିକଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ଶ୍ରମିକମାନେ ହେଲେ ଜେନାପୁର ଥାନା ଅଣ୍ଟିଆ ପଞ୍ଚାୟତ ଶ୍ରୀଚନ୍ଦନପୁର ଗାଁର। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.