ଆଧାର କାର୍ଡ଼ ଧାରୀଙ୍କ କାମ ହେବ ଖୁବ ସହଜ, ଖୋଲିବ ୧୬୬ଟି ନୂଆ ଆଧାର କେନ୍ଦ୍ର

ଆଧାର କାର୍ଡ଼ ଧାରକଙ୍କ ପାଇଁ ଭଲ ଖବର। UIDAI ଦେଶରେ ୧୬୬ ନୂଆ ଆଧାର ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଛି। ଆଧାର ଏନରୋଲମେଣ୍ଟ ଏବଂ ଅପଡେଟ ସେଣ୍ଟର ଖୋଲିବାର ଯୋଜନା ଚାଲିଛି। କମ୍ପାନୀର କହିବା ଅନୁଯାୟୀ, ୧୬୬ ଆଧାର ସେବା କେନ୍ଦ୍ରରୁ ୫୫ ଏବେ ପରିଚାଳିତ ହେଉଛି। ଏହା ବ୍ୟତିତ ବ୍ୟାଙ୍କ, ଡାକଘର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ୫୨ ହଜାର ଆଧାର ନାମାଙ୍କନ କେନ୍ଦ୍ର ସଞ୍ଚାଳିତ ହେଉଛି।
ଡିପାର୍ଟମେଣ୍ଟର କହିବା ଅନୁଯାୟୀ, ୧୨୨ ସହରରେ ୧୬୬ ଆଧାର ଏନରୋଲମେଣ୍ଟ ଅପଡେଟ ସେଣ୍ଟର ଖୋଲାଯିବ। ତେବେ ଆଧାର କେନ୍ଦ୍ର ସପ୍ତାହକୁ ସାତ ଦିନ ଖୋଲାରହିଥାଏ । ଏବେ ପର୍ଯ୍ୟନ୍ତ ଆଧାର କେନ୍ଦ୍ର ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହିତ ୭୦ ଲକ୍ଷ ପାଖାପାଖି ଲୋକଙ୍କ ଆବଶ୍ୟକତାକୁ ପୂରଣ କରିଛି।

ମଡେଲ ଏ ଆଧାରିତ ଏହି କେନ୍ଦ୍ର ପ୍ରତିଦିନ ୧୦୦୦ ନାମାଙ୍କନ ସହ ଅପଡେଟ ରିକ୍ୱେଷ୍ଟକୁ ପୁରା କରିବେ। ମଡେଲ ବି ରେ ୫୦୦ ଏବଂ ମଡେଲ ସି ରେ ୨୫୦ ଏନରୋଲମେଣ୍ଟ ଏବଂ ଅପଡେସନ୍ର ରିକ୍ୱେଷ୍ଟକୁ ପୁରା କରିବାର ଦାୟିତ୍ୱ ଦିଆଯିବ। ଏବେ ପର୍ଯ୍ୟନ୍ତ ସର୍ବମୋଟ ୧୩୦.୯ କୋଟି ଲୋକଙ୍କର ଆଧାର ନମ୍ବର ତିଆରି ହୋଇଛି।
ତେବେ ଆଧାର ସେବା କେନ୍ଦ୍ର ପ୍ରାଇଭେଟରେ ଉପଲବ୍ଧି ହୋଇନଥାଏ। ମାନେ ଏହା କେବଳ ବ୍ୟାଙ୍କ, ପୋଷ୍ଟ ଅଫିସ, କମନ ସର୍ଭିସ ସେଣ୍ଟର, ରାଜ୍ୟ ସରକାର ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ UIDAI ଦ୍ୱାରା ସଞ୍ଚାଳିତ ଆଧାର ସେବା କେନ୍ଦ୍ରରେ କାର୍ଯ୍ୟକାରୀ ହୋଇଥାଏ। ଯଦି ଆପଣ ଏହା ସମ୍ପର୍କରେ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହାର ଅଫିସିଆଲ େଓବସାଇଟକୁ ଯାଇ ସମସ୍ତ ତଥ୍ୟ ଜାଣିପାରିବେ।