ଦୀପିକାଙ୍କ ଫ୍ୟାଶନ ସେନ୍ସ ଭଲ ଲାଗେ : ହର୍ନାଜ ସାନ୍ଧୁ

ମିସ ୟୁନିଭର୍ସ ହରନାଜ କର ସାନ୍ଧୁ ଭାରତକୁ ଗର୍ବିତ କରାଇଥିଲେ । ଦୀର୍ଘ ୨୧ବର୍ଷ ପରେ ୮୦ଦେଶ ସହ ପ୍ରତିଦ୍ୱନ୍ଦିତା କରିବା ପରେ ଭାରତର ଗର୍ବ ମିସ ୟୁନିଭର୍ସ ୨୦୨୧ ମୁକୁଟ ହାସଲ କରିଥିଲେ । ପଞ୍ଜାବର ଏହି ସୁନ୍ଦରି ତାଙ୍କର ସଫଳତାର ମନ୍ତ୍ର, ତାଙ୍କର ମିସ ୟୁନିଭର୍ସହେବାର ଯାତ୍ରାକୁ ନେଇ କହିବା ସହ ନିଜର ପସନ୍ଦ ନାପସନ୍ଦ ସଂମ୍ପର୍କରେ କହିଥିଲେ । ହର୍ନାଜ ତାଙ୍କର ଅନ୍ଦାଜ, ଷ୍ଟାଇଲ, ତାଙ୍କ ସାର୍ପ ମାଇଣ୍ଡ, ଏଲିଗେନ୍ସ ଦ୍ୱାରା ଜୁରିଙ୍କୁ ପ୍ରଭାବିତ କରିଥିଲେ । ତାଙ୍କର ଫ୍ୟାଶନ ଷ୍ଟାଇଲ ବେଶ ଇମ୍ପେସିଭ ଥିଲା ।

ହର୍ନାଜ ସାନ୍ଧୁ କହିଛନ୍ତି ମୁଁ ଦୀପିକାଙ୍କ ଫ୍ୟାଶନ ସେନ୍ସ ପସନ୍ଦ କରେ । ସେ ଯେପରି ପ୍ରତ୍ୟେକ ପୋଷାକକୁ ହୋଲ୍ଡ କରିପାରନ୍ତି ଓ କ୍ୟାରି କରନ୍ତି । ଏମିତିକି ହର୍ନାଜ ତାଙ୍କର ପ୍ରିୟ ଚଳଚିତ୍ରକୁ ନେଇ ପଦ୍ମାବତ କଥା କହିଛନ୍ତି । ପଦ୍ମାବତ ଏକ ବଳିଷ୍ଟ ଚଳଚିତ୍ର ଏବଂ ମହିଳାଙ୍କ ସଶକ୍ତିକରଣ ଉପରେ ଆଧାରିତ । ଯେଉଁଥିପାଇଁ ଏହା ଏକ ବାର୍ତ୍ତା ଅଟେ । ସଞ୍ଜୟ ଲୀଲା ଭନସାଲି ଚଳଚିତ୍ରରେ ରନବୀର ସିଂ ଏବଂ ସାହିଦ କପୁର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ପଦ୍ମାବତ ଏକ ଇନଷ୍ଟାଣ୍ଟ ଫ୍ୟାନ ଫେବରେଟ ଚଳଚିତ୍ର ଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁୟାୟୀ ହରନାଜ ୨ଲକ୍ଷ ପଚାଶ ହଜାର ଡଲାରର ପୁରସ୍କାର ରାଶି ଜିତିଛନ୍ତି ଯାହା ପ୍ରାୟ ୧.୮୯ କୋଟି ଟଙ୍କା । ରିପୋର୍ଟ ହିସାବରେ ଏହି ଡିଭାଙ୍କୁ ସବୁଠୁ ମହଙ୍ଗା ମୁକୁଟ ଦିଆଯାଇଥିଲା । ତେବେ ଯାହା କୁହାଯାଉଛି ଏହି ମୁକୁଟର ମୂଲ୍ୟ ୫ମିଲିୟନ ଡଲାର ଅଟେ । ଯାହା ପ୍ରାୟ ୩୭କୋଟି ଟଙ୍କା ।

ଅନ୍ତିମ ରାଉଣ୍ଡର ପ୍ରତିଯୋଗୀତାରେ ହରାନାଜ ଦକ୍ଷିଣ ଆଫ୍ରିକା ଓ ପାରାଗୁଏ ସହ ରହିଥିଲେ । ଏହି ତିନି ପ୍ରତିଭାଶାଳୀ ମହିଳାଙ୍କୁ ସମାନ ଅନ୍ତିମ ବିଜୟ ସୂଚକ ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନ ଥିଲା , ଆଜିର ସମୟରେ ଯୁବଗୋଷ୍ଠୀ ଚାପର ସମ୍ମ୍‌ୁଖୀନ ହେଉଥିବା ହେତୁ କଣ ପରାମର୍ଶ ଦେବେ । ଉତ୍ତରରେ ହରନାଜ କହିଥିଲେ ସମ୍ମୁଖୀନ ହେଉଥିବା ଚାପ ମଧ୍ୟରୁ ଗୋଟିଏ ନିଜ ଉପରେ ବିଶ୍ୱାସ ନକରିବା । ସେମାନେ ସବୁବେଳେ ବୁଝିବା ଉଚିତ କି ସେମାନଙ୍କର ସ୍ୱତନ୍ତ୍ରତା ସେମାନଙ୍କୁ ସୁନ୍ଦର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.