Below header

କଟକ : ଗୁଡ଼ି ମାଞ୍ଜା ସୂତା ବେକରେ ଗୁଡ଼ାଇ ହୋଇଯିବାରୁ ଯୁବକଙ୍କ ମୃତ୍ୟୁ

କଟକ(କେନ୍ୟୁଜ୍‌) : କାହାର ଖେଳ କାହା ପାଇଁ କାଳ ହୋଇଯାଏ । ଜଣେ ବ୍ୟକ୍ତି ଗୁଡ଼ି ଉଡାଉଥିବା ବେଳେ ତାଙ୍କ ଗୁଡ଼ି ସୂତା ଜଣେ ବାଇକ ଚାଳକଙ୍କ ବେକରେ ଲାଗିଯାଇ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏଭଳି ଏକ ଦୁଃଖଦ ଖବର ଆସିଛି କଟକ ଜଗତପୁର ପୀରବଜାର ଅଞ୍ଚଳରୁ । ମୃତ ଯୁବକ ହେଲେ ଜୟନ୍ତ ସାମଲ । ତାଙ୍କ ଘର ସ୍ଥାନୀୟ ଭୟରପୁରରେ ।

ଆଜି ଜୟନ୍ତ ବାଇକ୍ରେ ପତ୍ନୀଙ୍କୁ ଧରି ଶ୍ୱଶୁର ଘରକୁ ଯାଉଥିଲେ । ଏହି ସମୟରେ ପୀରବଜାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହୃତ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା । ସୂତାଟି ଅତି ଶକ୍ତ ଥିବାରୁ ତାଙ୍କ ବେକ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଉଡାଉଥିବା ଲୋକଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.