ପୃଥିବୀରେ ରହିଛି ନର୍କର ଦ୍ୱାର , ସତ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଆମ ଜୀବନରେ ସବୁ ଜିନିଷର ଦୁଇଟି ପାର୍ଶ୍ୱ ରହିଥାଏ ବୋଲି ଆପଣ ଜାଣିଥିବେ । ଏ ଦୁନିଆ ହେଉଛିସୁଖ ଦୁଖର ଦୁନିଆ, ଖରା ଛାଇ , ଭଲ ମନ୍ଦ ଭଳି ସବୁ ଜିନିଷର ଦୁଇଟି ପାର୍ଶ୍ୱ ରହିଥାଏ । ସେମିତି ଆପଣ ମଧ୍ୟ ପିଲା ବେଳୁ ସ୍ୱର୍ଗ ଆଉ ନର୍କ ବିଷୟରେ ଶୁଣି ଆସୁଥିବେ । ଯାହାକୁ ନେଇ ଅନେକ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି । ଏମିତିକି ନିଜ କର୍ମ ଉପରେ ସ୍ୱର୍ଗ ଓ ନର୍କକୁ ଯିବା ନେଇ ଥୟ ହୋଇଥାଏ । କୁହାଯାଏ ଯେ ଭଲ କାମ କଲେ ମଣିଷକୁ ସ୍ୱର୍ଗ ପ୍ରାପ୍ତ ହୋଇଥାଏ ଓ ଖରାପ କାମ କଲେ ନର୍କ ।
କିନ୍ତୁ ଏହି ସ୍ୱର୍ଗ ଓ ନର୍କ କେଉଁଠାରେ ରହିଛି ତାହା ଆଜି ପର୍ଯ୍ୟନ୍ତ କାହାକୁ ମଧ୍ୟ ଜଣାନାହିଁ । କିନ୍ତୁ ଆମେ ରହୁଥିବା ପୃଥିବୀରେ ଏମିତି ଏକ ଜାଗା ଅଛି ଯାହାକୁ ନର୍କ ର ଦ୍ୱାର ବୋଲି କୁହାଯାଏ । ହୁଏତ ଏହି କଥା ଉପରେ ଆପଣ ବିଶ୍ୱାସ କରୁ ନଥିବେ କିନ୍ତୁ ଏହା ହି ସତ ଅଟେ । ତେବେ ଆସନ୍ତୁ ଜାଣିବା ଏହା ସହିତ ଜଡିତ ଥିବା ସେହି ସତ ।

ତୁର୍କମେନିସ୍ତାନ ର କାରାକୁମ୍ ମରୁଭୂମିରେ ଅବସ୍ଥିତ ଏକ ସ୍ଥାନକୁ ନର୍କ ର ଦ୍ୱାର ବୋଲି କୁହାଯାଏ । କାରଣ ଏଠାରେ ଏମିତି କିଛି ଜିନିଷ ରହିଛି ଓ ଦଖିବାକୁ ମିଳିଛି ଯାହାକୁ ଦେଖି ଲୋକେ ଏହାକୁ ନର୍କ ବୋଲି ବିବେଚିତ କରିଛନ୍ତି । ଯେଉଁଠାରେ ଏହି ସ୍ଥାନଟି ଅବସ୍ଥିତ, ସେଠାରେ ଏକ ବଡ଼ ଗାତ ରହିଛି ଯେଉଁଠାରୁ ଲଗାତାର ଭାବେ ନିଆଁ ବାହାରୁଛି । ପୁଣି ଏହା ବଡ ଅଜବ ଯେ ଅନେକ ଚେଷ୍ଟା କରିବା ପରେ ବି ଏହି ନିଆଁକୁ ଆଜି ପର୍ଯ୍ୟନ୍ତ କେହି ଲିଭାଇବାକୁ ସକ୍ଷମ ହୋଇନାହାଁନ୍ତି। କୁହାଯାଏ ଯେ ୧୯୭୧ ମସିହାରେ ପ୍ରାକୃତିକ ଗ୍ୟାସ ଆବିଷ୍କାର କରିବା ପାଇଁ ଏଠାରେ ଏକ ଛୋଟ ଗାତ ଖୋଳା ଯାଇଥିଲା। କିନ୍ତୁ ଭୂମିର ଏକ ଅଂଶ ଭୁଶୁଡି ପଡିଲା ଏବଂ ଏଠାରେ ସେହି ସମୟରେ ୧୩୦ ଫୁଟ ଚଉଡା ଏବଂ ୬୦ଫୁଟ ଗଭୀର ର ଏକ ବୃହତ୍ତ ଗାତ ସୃଷ୍ଟି ହୋଇଗଲା ।

hell on earth
Picture Credit – wiki

ଏହା ପରେ ଏଠାରୁ ଅଧିକ ମିଥେନ ଗ୍ୟାସ ଏଠାରୁ ବାହାରିବା ଆରମ୍ଭ ହୋଇଗଲା , ପରେ ଏହାଠେ ଥିବା ଖନନକାରୀ ଦଳ ଏହାକୁ ପୋଡି ଦେଲେ । ସେମାନେ ମିଥେନ ଗ୍ୟାସରେ ନିଆଁ ଲଗାଇବାର କାରଣ ଥିଲା ଯେ ମିଥେନ ଗ୍ୟାସ କିଛି ଦିନ ମଧ୍ୟରେ ଜଳିଯିବ, ଯାହା ପରେ ଗାତ ଖୋଳିବାରେ କୌଣସି ଅସୁବିଧା ହେବ ନାହିଁ କିନ୍ତୁ ସେମାନେ ଏପରି କରିବା ପରେ ମଧ୍ୟ ସଫଳ ହୋଇନଥିଲେ । ମିଥେନ ଗ୍ୟାନ ଲିଭି ନଥିଲା ଓ ଆଜି ପର୍ଯ୍ୟନ୍ତ ବି ଏହି ନିଆଁ ଜଳୁଛି ।

ଏହି ବଡ ଗାତରୁ ଏମିତି ନିଆଁ ବାହାରୁଛି ଯେ , ଯାହାକୁ ଦେଖି ଲୋକମାନେ ଭୟଭୀତ ହେଇଯାଉଛନ୍ତି । ଏହି ଗାତ ପାଖକୁ ଯିବାକୁ କେହି ସାହସ ମଧ୍ୟ କରନ୍ତି ନାହିଁ । ଏହି କାରଣରୁ, ସ୍ଥାନୀୟ ଲୋକମାନେ ଏହି ଗାତକୁ ନର୍କର ଦ୍ୱାର ବୋଲି କହୁଛନ୍ତି । ଲୋକମାନେ ଏହି ଗାତକୁ ନର୍କର ଦ୍ୱାର କହିବା ପଛରେ କାରଣ ମଧ୍ୟ କହିଛନ୍ତି । ସେମାନେ କହିଛନ୍ତି ଯେ ନର୍କରୁ ମଧ୍ୟ ଏମିତି ନିଆଁ ବାହାରୁଥିବ । ଯେଉଁଠି ଗଲେ ମଣିଷ କଷ୍ଟ ହିଁ କଷ୍ଟ ପାଇବ । ନର୍କ କେବେ ଭଲ ମଣିଷଙ୍କ ପାଇଁ ହୋଇ ନଥାଏ । ଏହା ଖରାପ ଲୋକଙ୍କ ପାଇଁ ହିଁ ହୋଇଥାଏ । ତେଣୁ ଏହି ଗାତ ପାଖକୁ ଅନେକ ଲୋକେ ଯାଇ ପାରନ୍ତିନି କିନ୍ତୁ କଛି ଲୋକେ ଯାଇ ଫେରି ଆସିଥାଆନ୍ତି । ପୁଣି ଏହାର ସେଷ ମଧ୍ୟ ନାହିଁ , ତେଣୁ ଏହି ଗାତକୁ ହିଁ ପୃଥିବୀର ନର୍କ ହିଁ କୁହାଯିବ । କାରଣ ଏହା ଯେବେଠୁ ଜଳୁଛି ଅନେକ ଚେଷ୍ଟା ପରେ ବି ଲିଭିବାକୁ ନାଁ ଧରୁନି । ତେଣୁ ଏହା ନର୍କ ନୁହେଁ ତ ଆଉ କଣ । ହେଲେ  ସ୍ୱର୍ଗ ହେଉ କି ନର୍କ ,କେହି ଆଜି ପର୍ଯ୍ୟନ୍ତ ଏହି ଦୁଇଟି ସ୍ଥାନ କୁ ଦେଖିନାହିଁ । ତେଣୁ ମଣିଷକୁ ସବୁବେଳେ ସାମାଜର ଓନିଜର ହିତ ପାଇଁ ଭଲ କାମ କରିବା ଦରକାର । କର୍ମର ଫଳ ଇଶ୍ୱର ହିଁ ଦେଇଥାଆନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.