Below header

ଖୋର୍ଦ୍ଧା: ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦାଫାଶ୍ କଲା ଟାଙ୍ଗୀ ପୋଲିସ୍, ୩ ଲୁଟେରା ଗିରଫ

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ  ମା ଉଗ୍ରତାରା ଛକରୁ  ଅଣ୍ଡା  ବୋଝେଇ   ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦାଫାଶ୍ କଲା  ଟାଙ୍ଗୀ ପୋଲିସ୍ । ଲୁଟ୍  ପିକଅପ ଭ୍ୟାନ ସହ ୩ ମୋବାଇଲ ,ନଗଦ ୧୨୦୦ ଟଙ୍କା , ଗୋଟିଏ  ବାଇକ୍  ଜବତ କରିବା ସହ ୩ ଲୁଟେରାଙ୍କୁ  ଗିରଫ କରିଛି ପୋଲିସ।

କୋରୋନା  ମହାମାରୀକୁ  ରୋକ୍  ଦେବା ପାଇଁ  ପୋଲିସ ଚେକିଙ୍ଗ ବ୍ଲକିଙ୍ଗ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ  ଆପ୍ରାଣ ଉଦ୍ୟମ କରୁଛି । ଏହାର ସୁଯୋଗ ନେଇ ତାଲା ବନ୍ଦ ସମୟରେ ଅଧିକା ସକ୍ରିୟ ହୋଇଛନ୍ତି  ରାଜପଥ ଲୁଟେରା । ଗତ ୩ ତାରିଖ  ବିଳମ୍ବିତ  ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ  ୧୬ ନଂ  ଜାତୀୟ ରାଜପଥ   ଉଗ୍ରତାରା ଛକରେ ୩ଟି  ବାଇକ୍ ରେ ଆସିଥିବା ୬ ଜଣ NH ଲୁଟେରା  ଏକ ଅଣ୍ଡା ବୋଝେଇ  ପିକ୍ ଅପ୍ ଭ୍ୟାନକୁ ଅଟକାଇଥିଲେ। ପିକଭ୍ୟାନ୍ ଡ୍ରାଇଭରକୁ ଭୟ ଦେଖାଇ ମାଡ଼ ମାରି ଭ୍ୟାନକୁ ଲୁଟି ନେଇଥିଲେ ।

ଲୁଟ୍ ହୋଇଥିବା ଗାଡି  (ନଂOD01AC.1772)  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରାରୁ ଜଳେଶ୍ୱର ଅଣ୍ଡା ନେଇ ଯାଉଥିଲା   । ଅଧାବାଟରେ ଅର୍ଥାତ ଖୋର୍ଦ୍ଧା ଜିଲ୍ଲା ଉଗ୍ରତାର ଛକରେ ଲୁଟେରା ମାନେ ଲୁଟ କରିଥିଲେ । ପିକଅପ୍ ଭ୍ୟାନକୁ ଲୁଟ ପରେ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଗାଡି ମାଲିକ ।

tangi

ରିପୋର୍ଟ ଆଧାରରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ  ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ, ଭୁଷଣ୍ଡପୁର ଫାଣ୍ଡି ଅଧିକାରୀ ବସ୍ତିଆ ଓ ଅନ୍ୟ ଅଧିକାରୀଙ୍କୁ ନେଇ ୩ଟି ସ୍ପସିଆଲ ସ୍କ୍ୱାର୍ଡ ଟିମ୍ ଗଠନ କରାଯାଇଥିଲା।  ବିଭିନ୍ନ ସ୍ଥାନରେ ଚଢାଉ କରି ପିକଅପ ଭ୍ୟାନକୁ ଜବତ କରିବା ସହ ୩ ଆସମୀଙ୍କୁ ଗିରଫ କରାଯାଇଛି ।ସେମାନଙ୍କ ଠାରୁ   ଗୋଟିଏ  ବାଇକ୍ ,୩ଟି ମୋବାଇଲ ଫୋନ୍ ସହ ନଗଦ ୧୨୦୦ ଟଙ୍କା ଜବତ କରାଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.