Below header

କେନ୍ଦୁଝର: ପଣ୍ଡାପଡା ଝାରବେଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଓ ୨ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ଝାରବେଡା ଗ୍ରାମ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାଇ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଝାରବେଡା ଗ୍ରାମ ରାଇସ ମିଲ ନିକଟରେ ଓଡ଼ି ୦୭- ପି ୬୦୨୧ ନମ୍ବର ଥିବା ଟ୍ରକ ସାମ୍ନାପଟୁ ଆସୁଥିବା ଏକ ବାଇକକୁ ଧକ୍କାଦେଇଥିଲା।

ଯାହା ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ ଯୁବକ ଜଣକ ଝାରବେଡା ଗ୍ରାମର ବାପୁନ ଖଣ୍ଡେଇ ବୋଲି ଜଣାପଡିଛି। ଗୁରୁତର ଦୁଇ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.