ଗୀତ ଫାଇନାଲ କରିବା ପୂର୍ବରୁ କିନ୍ନରଙ୍କ ରାୟ ନେଉଥିଲେ ରାଜ୍‌ କପୁର

ରାଜ କପୁରଙ୍କ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲୀ’ ଫିଲ୍ମର ଏକ ଗୀତ କିନ୍ନରଙ୍କୁ ପସନ୍ଦ ହେଲା ନାହିଁ । ତେଣୁ ରାଜ କପୁର ରବୀନ୍ଦ୍ର ଜୈନଙ୍କ ଏକ ନୂଆ ଗୀତ ‘ସୁନ୍‌ ସାହିବା ସୁନ୍‌’ ଗୀତ ବନାଇଲେ । କୁହାଯାଏ ରାଜ କପୁର ତାଙ୍କ ଫିଲ୍ମର ସବୁ ଗୀତ କିନ୍ନରଙ୍କ ଠାରୁ ଆପ୍ରୁଭ୍‌ କରାଇ ଥାନ୍ତି ।

ମୁମ୍ବାଇ : ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖ୍ୟାତାନାମା ଅଭିନେତ ରାଜ କପୁର କେବଳ ଭଲ ଫିଲ୍ମ ନିର୍ମାଣ କରି ନାହାଁନ୍ତି । ବଲିଉଡ୍‌କୁ ଦେଇ ଯାଇଛନ୍ତି ବହୁତ ହୃଦୟ ସ୍ପର୍ଶୀ ସଂଗୀତ । ଏହି ସବୁ ସୁନ୍ଦର ଗୀତ ପଛରେ ବଡ଼ ବଡ଼ କଳାକାରଙ୍କ ଅବଦାନ ଥିଲେ ମଧ୍ୟ ରାଜ କପୁର କିନ୍ତୁ ଗୀତ ସବୁକୁ ନେବା ପୂର୍ବରୁ କିନ୍ନରଙ୍କ ମତାମତ ଲୋଡୁଥିଲେ । ଆସନ୍ତୁ ଜାଣିବା ଏମିତି କରିବା ପଛରେ କ’ଣ କାରଣ ଥିଲା ।

ram teri ganga maili
photo credit: pinterest

ରାଜ କପୁରଙ୍କ ହୋଲି ପାର୍ଟି ବଲିଉଡରେ ବହୁତ ଫେମସ୍‌ ଥିଲା । ଏଥିରେ ପ୍ରାୟ ସବୁ ଅଭିନେତା ଓ ଅଭିନେତ୍ରୀ ସାମିଲ ହେଉଥିଲେ । ଏହି ପାର୍ଟିରେ ଶେଷରେ କିନ୍ନରମାନେ ଆସନ୍ତି । ରାଜ କପୁରଙ୍କୁ ରଙ୍ଗ ଲଗାଇବା ସହ ନାଚ-ଗାନା କରୁଥିଲେ । ଏହି ସମୟରେ ରାଜ କପୁର କିନ୍ନରଙ୍କୁ ସେହି ଗୀତ ଶୁଣାଉଥିଲେ ଓ ତାଙ୍କର ରାୟ ନେଉଥିଲେ ।

ରିପୋର୍ଟ ଅନୁସାରେ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲୀ’ ଫିଲ୍ମ ପାଇଁ ସଂଗୀତକାର ରବୀନ୍ଦ୍ର ଜୈନ ଦେଇଥିବା ଏକ ଗୀତକୁ ରାଜ କପୁର ଫେରାଇ ଦେଇ ଆଉ ଏକ ଗୀତ ପାଇଁ ନର୍ଦ୍ଦେଶ ଦେଲେ । ଫଳରେ ରବୀନ୍ଦ୍ର ଜୈନ ତିଆରି କଲେ ‘ସୁନ ସାଇବା ସୁନ୍‌’ ଗୀତ ବନାଇଲେ । ରାଜ କପୁର ଯେତେବେଳେ ଏହି ଗୀତ କିନ୍ନରଙ୍କୁ ଶୁଣାଇଲେ କିନ୍ନର ଏହାକୁ ଆପ୍ରୁଭ କରିବା ସହ ଏହି ଗୀତ ବର୍ଷ ବର୍ଷ ଧରି ଚାଲିବ ବୋଲି କହିଥିଲେ । କିନ୍ନରଙ୍କ କଥା ସତ ହେଲା । ଏହି ଗୀତ ବେଶ୍‌ ଲୋକପ୍ରିୟତା ହାସଲ କଲା । ଆଜି ବି ଏହି ଗୀତକୁ ଲୋକେ ପସନ୍ଦ କରନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.