ଭୁବନେଶ୍ୱର ଏମ୍ସରେ ଚଳିତମାସ ଶେଷ ସୁଦ୍ଧା ଲାଗିବ ୨ଟି ଇକ୍‌ମୋ ମେସିନ୍‌

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ଇକ୍‌ମୋ ମେସିନ୍‌ । ପ୍ରଥମ ଇକ୍‌ମୋ ମେସିନ୍‌ ଚଳିତମାସ ଶେଷ ସୁଦ୍ଧା ଲାଗିବ । ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନ୍‌ କାର୍ଯ୍ୟକ୍ଷମ ହେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି । ଇକ୍‌ମୋ ପରିଚାଳନା ପାଇଁ ଅଧିକ ଟେକ୍ନିସିଆନ୍‌ ନିଯୁକ୍ତ କରୁଛି ଏମ୍ସ । ଏବେ କିଛି ଅଧ୍ୟାପକଙ୍କୁ ମେସିନ୍‌ ପରିଚାଳନା ତାଲିମ୍‌ ଦିଆଯାଇଛି । କରୋନାର ଦ୍ୱିତୀୟ ଲହରରେ ମେଡିକାଲ ଅକ୍ସିଜେନ ଓ ଆଇସିୟୁର ଦେଖାଯାଇଛି ଅଭାବ ।

ଏଭଳି କ୍ଷେତ୍ରରେ ଗୁରୁତର ସଂକ୍ରମିତଙ୍କ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିିବା ପରେ ଇସିଏମଓରେ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଛି। ଏହା ଶରୀର ବାହାରେ ସଂକ୍ରମିତଙ୍କ କୃତ୍ରିମ ହାର୍ଟ ଓ ଫୁସ୍‌ଫୁସ ଭଳି କାର୍ଯ୍ୟ କରି ରକ୍ତକୁ ଅମ୍ଲଜାନ ପହଞ୍ଚାଇଥାଏ । କିନ୍ତୁ ଏହି ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ । ଦେଶର କିଛି ବଡ଼ ହସ୍‌ପିଟାଲରେ ଏହି ସୁବିଧା ଉପଲବ୍‌ଧ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.