କଳାହାଣ୍ଡି: ଗଛରେ ପିଟିହେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

କଳାହାଣ୍ଡି(କେ ନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମୂର୍ଲାପଦର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ୩ ଜଣ ବାଇକ୍‌ରେ ଯାଉଥିବାବେଳେ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ମୃତକ ୩ ଜଣ ଜୁନାଗଡ଼ ବ୍ଲକ ମେରିଆବନ୍ଧଲି ଗାଁର ଦୁଇ ଭାଇ ପିଣ୍ଟୁ ମାଝି ଓ ସଦାନନ୍ଦ ମାଝି। ଅନ୍ୟ ଜଣେ ଚଞ୍ଚାରା ଭାଡି ଗାଁର ରାଜୁ ବଗର୍ତ୍ତି ବୋଲି ଜଣାଯାଇଛି ।

ଗତକାଲି ରାତିରେ ୪ଜଣ  ବାଇକ୍‌ରେ ବସି ଝାରବନ୍ଧରୁ ଜୁନାଗଡ଼ ଆସୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ୪ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.