Below header

କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ୨୦୦୦ ଟଙ୍କା, ଜାଣନ୍ତୁ କେବେ ଆସିବ ନବମ କିସ୍ତି?

କୃଷକଙ୍କ ପାଇଁ ଏକ ଭଲ ଖବର ଆସିଛି । ଯଦି ଆପଣ ମଧ୍ୟ ପିଏମ କିସାନ ସମ୍ମାନ ନିଧି ଯୋଜନାରେ ପଞ୍ଜୀକୃତ କରିଛନ୍ତି, ତେବେ ଶୀଘ୍ର ନବମ କିସ୍ତି ଆପଣଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି । ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା ଅଧୀନରେ ସରକାର କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ଏହି ସହାୟତା ତିନୋଟି କିସ୍ତିରେ ଦିଆଯାଇଥାଏ । ଏକ ରିପୋର୍ଟ ଅନୁଯାୟୀ ୧ ଅଗଷ୍ଟ ୨୦୨୧ ରୁ ନବମ କିସ୍ତି କୃଷକଙ୍କ ଆକାଉଣ୍ଟରେ ଆସିବା ଆରମ୍ଭ କରିବ । ଦେଶର ୧୦.୯୦ କୋଟି କୃଷକ ଏପର୍ଯ୍ୟନ୍ତ ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ପାଇଛନ୍ତି । ସରକାରଙ୍କ ଦ୍ୱାରା ୧୩୭୧୯୨ କୋଟି ଟଙ୍କା ରିଲିଜ କରାଯାଇଛି । ସରକାର ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଠଟି କିସ୍ତିର ଟଙ୍କା ଟ୍ରାନ୍ସଫର କରି ସାରିଛନ୍ତି । ଅଷ୍ଟମ କିସ୍ତିରେ ସରକାର ପ୍ରାୟ ୯.୫ କୋଟି ଚାଷୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କା ରିଲିଜ କରିଥିଲେ ।

ଲିଷ୍ଟରେ ଏହିପରି ଯାଞ୍ଚ କରନ୍ତୁ ନିଜ ନାମ-

୧. ସର୍ବପ୍ରଥମେ ଆପଣଙ୍କୁ PM Kisan Yojana ର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in ଭିଜିଟ କରିବାକୁ ପଡିବ ।
୨. ଏହାର ହୋମ୍ ପେଜରେ ଆପଣଙ୍କୁ Farmers Corner ର ଏକ ବିକଳ୍ପ ଦେଖିବାକୁ ପାଇବେ ।
୩. Farmers Corner ବିଭାଗ ମଧ୍ୟରେ ଆପଣଙ୍କୁ Beneficiaries List ଉପରେ କ୍ଲିକ୍ କରିବାକୁ ପଡିବ ।
୪. ଏହାପରେ ଆପଣଙ୍କୁ ଡ୍ରପ୍ ଡାଉନ୍ ତାଲିକାରୁ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଓ ଗ୍ରାମ ଚୟନ କରିବାକୁ ପଡିବ ।
୫. ଏହା ପରେ ଆପଣଙ୍କୁ Get Report ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ହିତାଧିକାରୀମାନଙ୍କର ସମ୍ପୂର୍ଣ୍ଣ ଲିଷ୍ଟ ଦେଖାଯିବ, ଯେଉଁଥିରେ ଆପଣ ଆପଣଙ୍କର ନାମ ଯାଞ୍ଚ କରିପାରିବେ ।

କିପରି ସ୍ଥିର ହୁଏ ନାମ

ଜମି ରେକର୍ଡ ଯାଞ୍ଚ କରିବା ପରେ କୃଷକଙ୍କ ଦ୍ୱାରା ଆବେଦନପତ୍ରରେ ସଂଲଗ୍ନ କରାଯାଇଥିବା ଜମି ଦସ୍ତାବିଜଗୁଡିକ ଯାଞ୍ଚ କରାଯାଇଥାଏ । ଯଦି ଏଗୁଡିକ ସଠିକ୍ ବୋଲି ଜଣାପଡେ, ତେବେ କିସାନ ସମ୍ମାନ ନିଧି ପୋର୍ଟାଲରେ ହିତାଧିକାରୀ ଲିଷ୍ଟରେ କୃଷକଙ୍କ ନାମ ଯୋଡା ଯାଇଥାଏ । ପୋର୍ଟାଲରେ କୃଷକ ପରିବାରର ନାମ ପଞ୍ଜିକରଣ କରିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଦାୟିତ୍ୱ ଅଟେ । ହିତାଧିକାରୀ ତାଲିକାରେ ନାମ ପଞ୍ଜିକୃତ ହେବା ପରେ ହିଁ କିସାନ ସମ୍ମାନ ନିଧି ଯୋଜନାର ମିଳୁଥିବା ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.