Below header

ନବରଙ୍ଗପୁର: ଗାଧୋଇବାକୁ ଯାଇ ଆଉ ଫେରିଲେନି, ନଦୀର ପ୍ରଖର ସ୍ରୋତରେ ଚାଲିଗଲା ୩ କଅଁଳ ଶିଶୁଙ୍କ ଜୀବନ

ଉମରକୋଟ(କେନ୍ୟୁଜ୍): କୋଟଲଡିହି ଗାଁରେ ଘଟିଛି ଅଘଟଣ।  ଗାଧୋଇବାକୁ ଯାଇ ତେଲ ନଦୀରେ ଭାସିଗଲେ ୩ ଶିଶୁ। ମୃତ ୩ ଶିଶୁ ମଧ୍ୟରେ ୨ଜଣ ଝିଅ ଓ ଜଣେ ପୁଅ ଥିବାର ସୂଚନା ମଳିଛି।

ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ତୋହରା କୋଟଲଡିହି ଗାଁ ନିକଟ ଦେଇ ଯାଇଥିବା ତେଲ ନଦୀକୁ ଆଜି ସକାଳେ ୩ ଶିଶୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ୩ ଶିଶୁ ଭାସି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା  ପରେ  ଅଗ୍ନିଶମ କର୍ମଚାରୀ ନଦୀରୁ ୩ ଶିଶୁଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଏହି ମୃତ ୩ ଶିଶୁଙ୍କ ବୟସ ୪ ରୁ ୬ ବର୍ଷ ଭିତରେ ହେବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.