କୁକୁରର ମସଲ୍ସ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ, ନେଇ ପହଞ୍ଚାଇଲେ ଜିମ

ଇଣ୍ଟରନେଟ ଏକ ଏମିତି ସ୍ଥାନ ଯେଉଁଠି ସବୁକିଛି ସମ୍ଭବ । ଏଠାରେ ଅନେକ ପ୍ରକାର ଆଶ୍ଚର୍ଯ୍ୟକର ଜିନିଷ ଦେଖିବାକୁ ମିଳିଥାଏ । ନିକଟରେ @LLsize_11 ନାମକ ଜଣେ ଟ୍ୱିଟ୍ର ୟୁଜର ଏମିତି ଏକ ଫଟୋ ସେୟାର କରିଛନ୍ତି ଯାହା ଦିନକୁ ଦିନ ଭାଇରଲ ହେବାରେ ଲାଗିଛି । ଏହି ଫଟୋଟି ଏପରି ଯେ ଲୋକ କନଫ୍ୟୁଜ ହୋଇଯାଉଛନ୍ତି । ଆଜ୍ଞା ହଁ ଏହି ଫଟୋରେ ଏକ କୁକୁରର ମସଲ୍ସ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଅବିକଳ ଜଣେ ପୁରୁଷର ମସଲ୍ସ ପରି ।


କୁକୁରର ମାଲିକଙ୍କ କହିବା ଅନୁଯାୟୀ ସେ ତାଙ୍କ କୁକୁରର ଫଟୋ ଉଠାଉଥିଲେ । ଅଚାନକ ସେ ଫଟୋରେ ଦେଖିଲେ ଯେ ତାଙ୍କ କୁକୁରର ବଡ଼ି ମସଲ୍ସ ଏକଦମ ଏକ ମଣିଷ ପରି ଦେଖାଯାଉଛି । ଯାହାର କାନ୍ଧର ଚୌଡା ସମ୍ପୂର୍ଣ୍ଣ ଭାବେ ଜଣେ ବଡି ବିଲଡର ଭଳି ରହିଛି । ଏହି କୁକୁରର ଫଟୋ ଏବେ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଆପଣ ମଧ୍ୟ ଏପରି ମସଲ୍ସ ଥିବା କୁକୁର ପୂର୍ବରୁ କେବେ ବି ଦେଖିନଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.