୨୬ ଦିନ ହେଲା କରୋନା ସହ ଲଢ଼ୁଛନ୍ତି ଅଭିଷେକ ବଚ୍ଚନ, ସେୟାର କଲେ ଡିସ୍‌ଚାର୍ଜ ପରର ପ୍ଲାନ୍‌

ବଲିଉଡ୍‌ ଅଭିନେତା ତଥା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଗତ ୨୬ ଦିନ ହେଲା କରୋନା ସହ ଲଢ଼ୁଛନ୍ତି। ଅମିତାଭ ବଚ୍ଚନ ଏହି ଯୁଦ୍ଧ ଜିତି ଘରକୁ ଫେରିଥିବା ବେଳେ ଜୁନିୟର ବଚ୍ଚନ କିନ୍ତୁ ଏବେ ବି ନାନାବତୀ ସୁପର ସ୍ପେଶାଲିଟି ହସ୍ପିଟାଲରେ କରୋନା ଯୁଦ୍ଧ ଲଢ଼ୁଛନ୍ତି। ସୋସିଆଲ ମିଡିଆରେ ଲଗାତାର ଅଭିଷେକ ନିଜ ହାଲଚାଲ ସେୟାର କରୁଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ କରିଛନ୍ତି ସେଥିରେ ସେ ନିଜକୁ ମୋଟିଭେଟ୍‌ କରୁଥିବା ଦେଖାଯାଇଛି। ସେଥିରେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ କ’ଣ ସବୁ କରିବେ ତାହା ବଖାଣିଛନ୍ତି।

Amitabh Bachchan on returning home after recovering from Covid-19 ...

ଅଭିଷେକ ବଚ୍ଚନ ନିକଟରେ ହସ୍ପିଟାଲରେ ନିଜ ହ୍ଵାଇଟ୍‌ ବୋର୍ଡର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ନିଜ ଡାଏଟ୍‌, ନର୍ସଙ୍କ ନାମ ଓ ଡିସ୍‌ଚାର୍ଜ ପ୍ଲାନ୍‌ ବିଷୟରେ ଲେଖିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏହି ଫଟୋ ସେୟାର କରିଛନ୍ତି। ଏଥିସହ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ହସ୍ପିଟାଲ ଡେ: ୨୬ ଡିସ୍‌ଚାର୍ଜ ପ୍ଲାନ୍‌: ନୋ କମନ୍‌ ବଚ୍ଚନ ୟୁ କ୍ୟାନ୍‌ ଡୁ ଇଟ୍‌!’

 

View this post on Instagram

 

Hospital day :26 Discharge plan: NO! 😡 Come on Bachchan, you can do it!! 💪🏽 #believe

A post shared by Abhishek Bachchan (@bachchan) on

ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍‌ମାନେ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି। କିଛି ଫ୍ୟାନ୍‌ କମେଣ୍ଟ କରି ଅଭିଷେକଙ୍କ ସୁସ୍ଥତା କାମନା କରିଥିବା ବେଳେ ଆଉ କିଛି ତାଙ୍କୁ ମୋଟିଭେଟ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.