ସୁପ୍ରିମ କୋର୍ଟରୁ ଗାୟବ ହେଲା ବିଜୟ ମାଲ୍ୟାଙ୍କ ଜରୁରୀ ଦସ୍ତାବିଜ, ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ମାମଲାର ଶୁଣାଣି

ଭାରତରୁ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁନଃବିଚାର ଯାଚିକାର ଶୁଣାଣି ତାରିଖ ଆସନ୍ତା ଅଗଷ୍ଟ ୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । କୋର୍ଟରେ ମହଜୂତ ଥିବା ମାଲ୍ୟାଙ୍କ ଫାଇଲରୁ ଏକ ଦସ୍ତାବିଜ ଗାୟବ ହୋଇ ଯାଇଥିବାରୁ କୋର୍ଟ ତାରିଖକୁ ଘୁଞ୍ଚାଇଥିବା ଜଣାଯାଇଛି । ସୂଚନା ଦେବା ଯୋଗ୍ୟକି ୨୦୧୭ ମସିହାରେ ମାଲ୍ୟାଙ୍କ ଉପରେ ଅଦାଲତ ଅବମାନନାର ଆରୋପ ଲଗାଯିବା ସହ ଏନେଇ ତାଙ୍କୁ ଦୋଷୀର ଆଖ୍ୟା ଦିଆଯାଇଥିଲା । ପୂର୍ବରୁ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ମାଲ୍ୟ ଏହାକୁ ବେଖାତିର କରି ନିଜର ସଂମ୍ପତ୍ତି ନିଜ ପରିବାର ଲୋକଙ୍କ ନାଁକୁ ଟ୍ରାନ୍ସଫର କରିଦେଇଥିଲେ ।ଏହି ଘଟଣାରେ ହିଁ ମାଲ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଥିଲା । ଏହାର ପୁନଃବିଚାର ନେଇ ମାଲ୍ୟା ଏକ ଯାଚିକା ଦାୟର କରିଥିଲେ । ଯାହାର ଶୁଣାଣି ଚଳିତ ବର୍ଷ ଆରମ୍ଭ କରାଯାଇଥିଲା । ଘଟଣାର ୩ ବର୍ଷ ପରେ ମାଲ୍ୟଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ହଟାତ ଫାଇଲରୁ ଏକ ଦସ୍ତାବିଜ ଗାୟବ ହୋଇଯାଇଛି । ଫଳରେ ସୁପ୍ରିମ କୋର୍ଟ ରେ ଆଜିର ଶୁଣାଣିକୁ ସ୍ଥଗିତ ରଖାଯାଇଛି ।

Full text: Supreme Court judgment on disqualification of politicians facing  criminal charges from contesting elections - India News , Firstpost

ଗତ ମାସ ହିଁ ମଦ ଵେବସାୟୀ ବିଜୟ ମାଲ୍ୟାଙ୍କ ଶୁଣାଣିରେ ବିଳମ୍ବ ହେବାକୁ ନେଇ ସୁପ୍ରିମ କୋର୍ଟ, ରେଜିଷ୍ଟାରଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ । ୨୦୧୭ ମସିହାରେ ଦିଆ ଯାଇଥିବା ଆଦେଶର ରିଭ୍ୟୁ ପିଟିସନ ୩ ବର୍ଷ ପରେ ସାମ୍ନାକୁ ଆସିଛି । ଏହାର ଜବାବ ଦୁଇ ସପ୍ତାହ ଭିତରେ ଦାଖଲ କରିବାକୁ କୋର୍ଟ ତରଫରୁ ନିର୍ଦ୍ଦେଶ ଦେଇଥିଲେ । କହିରଖିବା ଉଚିତ ହେବକି, ୨୦୧୬ ମାର୍ଚ୍ଚ ମାସରୁ ହିଁ ମାଲ୍ୟ ବ୍ରିଟେନରେ ଅଛନ୍ତି । ତାଙ୍କୁ ଫେରେଇ ଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ଚଳିତ ବର୍ଷ ଜୁନ ମାସରେ ଲଣ୍ଡନ ହାଇକୋର୍ଟ ବିଜୟ ମାଲ୍ୟଙ୍କ ଭାରତ ପ୍ରତ୍ୟାରପଣ ବିରୋଧରେ ସୁପ୍ରିମ କୋର୍ଟରେ ଅପିଲ କରିବା ପାଇଁ ଯାଚିକା ଖାରଜ କରିଦେଇଥିଲେ । ଏହା ସହ ବିଜୟ ମାଲ୍ୟଙ୍କ ଅପିଲ ଦାୟର କରିବାର ଅନୁମତି ସମୟ ସୀମାକୁ ୧୪ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.