Below header

ଏବେ ଅନ୍‌ଲାଇନ୍‌ରେ ବି କ୍ୟାନ୍‌ସଲ କରିପାରିବେ ବୀମା ପଲିସି, IRDA ଜାରି କଲା ନୂଆ ନିୟମ

ଇ-ପଲିସି ଜାରି କରିବା ପରେ ଏହାକୁ ଅନ୍‌ଲାଇନ୍‌ କ୍ୟାନ୍‌ସଲ କରିବାକୁ ଅପ୍‌ସନ୍‌ ଦେବାକୁ ଇନ୍‌ସ୍ୟୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି ବୀମା ନିୟାମକ ସଂସ୍ଥା ଇରଡା (IRDA)। ଇରଡା କହିଛି ଯେ ଗ୍ରାହକ ଏବେ ଫ୍ରି ଲୁକ୍‌ ଅବଧି ମଧ୍ୟରେ ଏହାକୁ ଅନ୍‌ଲାଇନ୍‌ କ୍ୟାନ୍‌ସଲ କରିପାରିବେ। ଏହି ସୁବିଧା ବର୍ଷ ୨୦୨୦-୨୧ରେ ଜାରି ହୋଇଥିବା ସମସ୍ତ ବୀମା ପଲିସି ଉପରେ ଲାଗୁ ହେବ। ଫ୍ରି ଲୁକର ଅବଧି ୩୦ ଦିନ ରହିବ। ଗ୍ରାହକଙ୍କୁ ଏହି ପଲିସି ପସନ୍ଦ ନ ଆସିଲେ ସେ ଏହି ସମୟ ମଧ୍ୟରେ ଫେରାଇପାରିବେ। ଏବେ ଅନ୍‌ଲାଇନ୍‌ରେ ମଧ୍ୟ ଗ୍ରାହକ ପଲିସି କ୍ୟାନ୍‌ସଲ କରିପାରିବେ।

Life Insurance buying guide for 2020 - Dalal Street Investment Journal

ଇରଡା ଏକ ନୋଟିଫିକେସନ୍‌ ଜାରି କରି କହିଛି ଇନ୍‌ସ୍ୟୁରାନ୍ସ କମ୍ପାନୀକୁ ପଲିସି ହୋଲ୍ଡର୍ସଙ୍କ ଡକ୍ୟୁମେଣ୍ଟ ପଠାଇବା ନିୟମ ବି ଏବେ ଉଠିଯାଇଛି। ଇରଡା କହିଛି ଯେ ଏହି ସୁବିଧା ୨୦୨୦-୨୧ ମଧ୍ୟରେ ଜାରି ହୋଇଥିବା ପଲିସି ପାଇଁ ଲାଗୁ ହେବ। କରୋନା ଯୋଗୁ ଲୋକମାନେ ଡକ୍ୟୁମେଣ୍ଟ ପଠାଇବାରେ ବିଳମ୍ବ ହେଉଛି। ଗ୍ରାହକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଇରଡା ତରଫରୁ ଏହି ପରିବର୍ତ୍ତନ କରାଯାଇଛି।

5 questions you need to answer while buying Life Insurance ...

ଇରଡା କହିଛି ଯେ ବୀମା କମ୍ପାନୀଙ୍କୁ ନିଜ ଗ୍ରାହକଙ୍କୁ ପଲିସି ବୁଝିବା ଲାଗି ୩୦ ଦିନ ସମୟ ଦେବା ଆବଶ୍ୟକ। ଯଦି ଗ୍ରାହକ ପଲିସିକୁ ନେଇ ସନ୍ତୁଷ୍ଟ ତେବେ ସେ ଏହାକୁ ଚାଲୁ ରଖିପାରିବେ ନଚେତ୍‌ ଏହି ସମୟ ମଧ୍ୟରେ ବନ୍ଦ କରିପାରିବେ। ଏ ଅବସରରେ ଇରଡା ନିଜ ଗ୍ରାହକଙ୍କୁ କମ୍ପାନୀ ତରଫରୁ ଆସୁଥିବା କଲ ପ୍ରତି ମଧ୍ୟ ସାବଧାନ କରିଛି। ଇରଡା କହିଛି ଯେ ସେ କୌଣସି ବୀମା ପଲିସି ବିକ୍ରି କରୁନାହିଁ କି କୌଣସି କ୍ଲେମ୍‌ ସେଟଲମେଣ୍ଟ କରୁନାହିଁ। ଏଣୁ ଏଭଳି ନକଲି ଫୋନ୍‌ କଲ୍‌ ପ୍ରତି ସାବଧାନ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.