ଏମିତି ଉପାୟରେ ସୋସିଆଲ ଡିଷ୍ଟାନ୍ସିଂ ପାଳନ କଲେ କରୋନା ଆପଣଙ୍କ ପାଖ ମାଡିବନି, ଦେଖନ୍ତୁ ଯୁବକଙ୍କ ମୁଣ୍ଡରେ କେତେ ବୁଦ୍ଧି

କରୋନାକୁ ନେଇ ସମସ୍ତଙ୍କ ମନରେ ଭୟ କାରଣ ଆମେ ନିଜେ ସଚେତନ ନରହିଲେ କେତେବେଳେ ଆମେ ବି କରୋନା ପଜିଟିଭ ହୋଇଯାଇଥିବା । ଦୀର୍ଘଦିନ ହେଲା ଏହି ଲକଡାଉନ ସଟଡାଉନ ମଧ୍ୟରେ ଆମେ ଘରେ ରହି ରହି କିଛି ହେଉ ନହେଉ କିନ୍ତୁ ଅନେକ ଲୋକଙ୍କର ନୂଆ ଚିନ୍ତାଧାରା ନିଶ୍ଚୟ ମନକୁ ଜୁଟିଲାଣି । ଏଇ ଦେଖୁନାହାନ୍ତି ଏହି ଭାଇ ଜଣଙ୍କୁ । ଏମିତି ଏକ ଭିଜୁଆଲ ଯାହାକୁ ଦେଖିବା ପରେ ଆପଣ ବି କହିବେ “ଆରେ ଏ ବୁଦ୍ଧି ତ ଆମ ମୁଣ୍ଡକୁ କେବେ ଆସିନି” । କରୋନା ପରଠାରୁ ଇଣ୍ଟରନେଟରେ ଅନେକ ପ୍ରକାର ଯୁଗାଡ଼ ଭାଇରଲ ହେବାରେ ଲାଗିଛି । ଏମିତି ଦେଶୀ ଯୁଗାଡ଼ ଯାହାକୁ ଦେଖି ଦେଖି ଆପଣ ବି ଘରେ ଅନେକ ପ୍ରକାରର ଏକ୍ସପେରିମେଣ୍ଟ କରିବା ଆରମ୍ଭ କରିଦେଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଅଲଗା ପ୍ରକାରର ଯୁଗାଡ଼ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିବାପରେ ଆପଣ ନିଶ୍ଚୟ ପିଲାଟିର ତାରିଫ କରିବେ ।

କରୋନା ସମୟରେ ସୋସିଆଲ ଡିଷ୍ଟାନ୍ସିଂ ପାଇଁ ଲୋକ ଅନେକ ପ୍ରକାର ଉପାୟ ଆପଣାଉଛନ୍ତି କିନ୍ତୁ ଥରେ ଏହି ଯୁବକଙ୍କୁ ଦେଖନ୍ତୁ । ସେ ବି ଏପରି ଯୁଗାଡ଼ ବନାଇଛନ୍ତି ଯାହାକୁ ଦେଖି ପୁରା ଗାଁ ଲୋକେ ତାଙ୍କର ଫ୍ୟାନ ହୋଇଯାଇଛନ୍ତି । କିଛିଲୋକ ତ ଏହି ଯୁଗାଡ଼କୁ ସୋସିଆଲ ଡିଷ୍ଟାନ୍ସିଂର ବାପା ବୋଲି ମଧ୍ୟ କହିଛନ୍ତି । କାହିଁକି ତାହା ବୁଝିବା ପାଇଁ ଆପଣଙ୍କୁ ପୁରା ଭିଡିଓକୁ ଦେଖିବାକୁ ପଡିବ । ଏହି ଭିଡିଓକୁ ସେୟାର କରିଛନ୍ତି ଭାରତ ପାଟିଲ ନାମକ ଜଣେ ଟ୍ୱିଟର ୟୁଜର । ଯାହାକୁ ସୋସିଆଲ ମିଡିଆରେ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଯୁବକ ଜଣକ ସାଇକେଲ ପ୍ୟାଡଲ, ଚକ, ଚେନ, ଦୌଡ଼ି ଏବଂ ଏକ ଟୋକେଇ ସାହାଯ୍ୟରେ ଏପରି ଯୁଗାଡ଼ ପ୍ରସ୍ତୁତ କରିଛନ୍ତି ଯାହାଦ୍ୱାରା ସେ କୌଣସିବି ଗ୍ରାହକଙ୍କ ସଂସ୍ପର୍ଶରେ ନ ଆସି ତାଙ୍କୁ ଜିନିଷ ଦେଇପାରିବେ ଏବଂ ପଇସା ବି ନେଇପାରିବେ । ସବୁଠାରୁ ବଡ଼ କଥା ହେଉଛି ଏଠାରେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଏତେ ଦୂରତା ରହିବ ଯେ କରୋନା ସଂକ୍ରମଣର କୌଣସି ସମ୍ଭାବନା ହିଁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.