Below header

ଗୋଟିଏ ପରିବାରରେ ଚାଲିଗଲା ୩ ଜୀବନ, ବାପ-ପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ

ହୃଦୟ ବିଦାରକ, ଏକାସଙ୍ଗେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ। କେନ୍ଦୁଝର ଘଟଗାଁ ଥାନା ବାରି ଗାଁରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ବାପା କାଣ୍ଡେ ମୁଣ୍ଡା , ପୁଅ ଲକ୍ଷ୍ମଣ ମୁଣ୍ଡା ଓ ସମରା ମୁଣ୍ଡା।

କେନ୍ଦୁଝର (କେନ୍ୟୁଜ): ହୃଦୟ ବିଦାରକ, ଏକାସଙ୍ଗେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ । କେନ୍ଦୁଝର ଘଟଗାଁ ଥାନା ବାରି ଗାଁରେ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ବାପା କାଣ୍ଡେ ମୁଣ୍ଡା , ପୁଅ ଲକ୍ଷ୍ମଣ ମୁଣ୍ଡା ଓ ସମରା ମୁଣ୍ଡା ।

ଆଜି ସକାଳେ ବାପା ଓ ପୁଅ ସ୍କୁଟିରେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ ଏକ ରଡ଼ ବୋଝେଇ ଆଇଚର ଦୁଇ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟମାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ଶୁଣି ଦାଦାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ NH – 20 କୁ ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.