ନିର୍ବାଚନ ପୂର୍ବରୁ ଅଘଟଣ: ଦୁର୍ଘଟଣାରେ ଆଖି ବୁଜିଲେ ବିଧାୟିକା

ଦୁର୍ଘଟଣାରେ ସିକନ୍ଦାରାବାଦ ବିଧାୟିକା ମୃତ । ସଡ଼କ ଦୁର୍ଘଟଣାରେ BRS ବିଧାୟିକା ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି । ମାତ୍ର ୩୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦୁର୍ଘଟଣାରେ ସିକନ୍ଦାରାବାଦ ବିଧାୟିକା ମୃତ । ସଡ଼କ ଦୁର୍ଘଟଣାରେ BRS ବିଧାୟିକା ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି । ମାତ୍ର ୩୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ବିଧାୟିକାଙ୍କ କାର ଭାରସାମ୍ୟ ହରାଇବାରୁ ସଡ଼କ ସାଇଡରେ ରହିଥିବା ଡିଭାଇଡରେ ଜୋରରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣା କେତେ ଭୟଙ୍କର ଥିବା ତାହା ତାହା ସ୍ପଷ୍ଟ ଜଣାପଡ଼ୁଛି । ଦୁର୍ଘଟଣାରେ ନନ୍ଦିତାଙ୍କର ମୃତ୍ୟୁ ଘଟିବା ସହିତ ତାଙ୍କ କାର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଛି । ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଚଳିତ ମାସରେ ନନ୍ଦିତା ଆଉ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ନଲଗୋଣ୍ଡା ଯିବା ବାଟରେ ନାରକେଟପଲ୍ଲୀରେ ତାଙ୍କ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା। ମାତ୍ର ସେ ଉକ୍ତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ହୋମ ଗାର୍ଡଙ୍କ ମୃତ୍ୟୁ ହୋଇଥିଲା।

 

You might also like