ଓଡିଶାର ଉଚ୍ଚତମ ଗିରିଶୃଙ୍ଗ ଦେଓମାଳିରେ ଜଳ ରଙ୍ଗ ଯୁବ ଚିତ୍ର ଶିଳ୍ପୀ ଶିବିର ଆୟୋଜିତ, ଯୋଗ ଦେଇଛନ୍ତି ୧୫ ଜଣ ବଛା ବଛା ଚିତ୍ରଶିଳ୍ପୀ

ଯୁବ ଚିତ୍ର ଶୀଳ୍ପିଙ୍କ ଜଳ ରଙ୍ଗ ଚିତ୍ରକଳା ମାଧ୍ୟମରେ ଦେଓମାଳିର ବିଭିନ୍ନ ସମୟର ରୂପ ଓ ସୌନ୍ଦର୍ଯ୍ୟକୁ କାନଭାସରେ ଆଙ୍କି ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ଏକ ଭଲ ପ୍ରାୟାସ କରାଯାଇଛି । ପ୍ରକୃତି ସହିତ, ରଙ୍ଗ ତୁଳି ଓ କଳାର କିଭଳି ନିବିଡ ସମ୍ପର୍କ ରହିଛି ତାର ବାର୍ତ୍ତା ପ୍ରଦାନ କରିବାର ଲକ୍ଷ ରହିଛି ଏହି ଶିବିରର ।

ଓଡିଶାର କାଶ୍ମୀର ଭାବେ ପରିଚିତ ସମୁଦ୍ର ପତନ ଠାରୁ ୧୬୭୨ ମିଟର ଓ ୫୪୮୬ ଫୁଟ ଉଚ୍ଚତାରେ ଅବସ୍ଥିତ ଦେଶର ଉଚ୍ଚତମ ଗିରିଶୃଙ୍ଗ କୋରାପୁଟର ଦେଓମାଳି । ତାର ଅବସ୍ଥିତି ଓ ପରିବେଶ ସାରା ଦୁନିଆରେ ପରିଚିତ । ପ୍ରତି ମୁହୂର୍ତ୍ତରେ ପ୍ରବାହିତ ସୁଲୁ ସୁଲିଆ ଶୀତଳ ପବନ ସାଙ୍ଗକୁ ତାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିଦିନ ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସନ୍ତି କୋରାପୁଟର ଦେଓମାଳିକୁ । ପାହାଡ, ଜଙ୍ଗଲ ,ଝରଣା ଏବଂ ପ୍ରାକୃତିକ ପରିବେଶରେ ଭରପୂର ଅତି ମନୋଲୋଭା କୋରାପୁଟର ଉଚ୍ଚତମ ଗିରିଶୃଙ୍ଗ ଦେଓମାଳିରେ ଆରମ୍ଭ ହୋଇଛି ଦିନକିଆ ଜଳ ରଙ୍ଗ ଯୁବ ଚିତ୍ର ଶିଳ୍ପୀ ଶିବିର ।

ଯୁବ ଚିତ୍ର ଶୀଳ୍ପିଙ୍କ ଜଳ ରଙ୍ଗ ଚିତ୍ରକଳା ମାଧ୍ୟମରେ ଦେଓମାଳିର ବିଭିନ୍ନ ସମୟର ରୂପ ଓ ସୌନ୍ଦର୍ଯ୍ୟକୁ କାନଭାସରେ ଆଙ୍କି ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ଏକ ଭଲ ପ୍ରାୟାସ କରାଯାଇଛି । ପ୍ରକୃତି ସହିତ, ରଙ୍ଗ ତୁଳି ଓ କଳାର କିଭଳି ନିବିଡ ସମ୍ପର୍କ ରହିଛି ତାର ବାର୍ତ୍ତା ପ୍ରଦାନ କରିବାର ଲକ୍ଷ ରହିଛି ଏହି ଶିବିରର । ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ଶିବିରକୁ ଉଦଘାଟନ କରିଥିଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରଂଜନ କୁମାର ଦାସ । ଓଡିଶା ଲଳିତ କଳା ଏକାଡେମୀର ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ଶିବିରକୁ ପରିଚାଳନା କରୁଛନ୍ତି । ଏହି ଶିବିରରେ ଓଡିଶାର ବିଭିନ୍ନପ୍ରାନ୍ତରୁ ୧୫ ଜଣ ଯୁବ ଚିତ୍ର ଶିଳ୍ପୀ ଭାଗ ନେଇଛନ୍ତି ।

କୋରାପୁଟ ଜିଲ୍ଲା ପ୍ରଶାସନର ସହଯୋଗରେ ଓଡିଶା ଲଳିତ କଳା ଏକାଡେମୀ, ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ରାଜ୍ୟର ଯୁବ ଶିଳ୍ପୀ ମାନେ ଦେଓମାଳିରେ ସମୟ ବିତାଇ ନିଜର ଅନୁଭବ ଓ ଅନୁଭୁତିକୁ ତୁଳି ରଙ୍ଗ ମାଧ୍ୟମରେ କିଭଳି ଦୁନିଆକୁ ପହଞ୍ଚାଇ ପାରିବେ ସେହି ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧିରେ ଧିରେ ଆଗ୍ରହ କମି ଆସୁଥୁବା ପ୍ରକୃତିର ଚିତ୍ର ଜଳ ରଙ୍ଗ ପ୍ରତି ଶିଳ୍ପୀକୁ ଆକର୍ଷଣ କରାଇବା ସହ ଚିତ୍ର ଶିଳ୍ପୀଙ୍କ ଚିତ୍ର କଳାର ଦକ୍ଷତା ବୃଦ୍ଧି ଘଟାଇବା ।

ଏହାସହ ଚିତ୍ର କଳା ମାଧ୍ୟମରେ ଦେଓମାଳିର ପ୍ରାକୃତିକ ଚିତ୍ର ଆଗାମୀ ଦିନରେ ସଂରକ୍ଷିତ ହୋଇପାରିବ ସେହି ଲକ୍ଷ ରଖି ଏଭଳି ଶିବିର ଆୟୋଜନ କରାଯାଇଛି । ଦେଓମାଳିରେ ଠିଆ ହୋଇ ତାର ପ୍ରକୃତି, ପରିବେଶ ଓ ସୌନ୍ଦର୍ଯ୍ୟକୁ ଦେଖି ଅନୁଭବ କରି ଅଭିଭୁତ ହୋଇ ପଡିଛନ୍ତି ଯୁବ ଚିତ୍ର ଶିଳ୍ପୀମାନେ । ଦେଓମାଳିର ପ୍ରକୃତିକୁ ନେଇ ଯୁବ ଚିତ୍ର ଶିଳ୍ପୀମାନେ ଆଙ୍କୁଛନ୍ତି ଚିତ୍ର । ଉଦ୍ଦେଶ୍ୟ ହେଲା ପ୍ରାକୃତିକ ପରିବେଶ ଓ ଦେଓମାଳିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଚିତ୍ର କଳା ମାଧ୍ୟମରେ ଏହାର ପରିପ୍ରକାଶ କରି ବ୍ୟାପକ ପ୍ରଚାର ପ୍ରସାର କରିବା ସହ ପର୍ଯ୍ୟଟକଙ୍କୁ ଦେଓମାଳି ଓ କୋରାପୁଟ ପରିଦର୍ଶନରେ ଆସିବା ପାଇଁ ଆକର୍ଷିତ କରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.