Below header

ଆବାସିକ ସ୍କୁଲରୁ ୩ ଛାତ୍ର ନିଖୋଜ ଅଭିଯୋଗ, ସିସିଟିଭି ଫୁଟେଜରୁ ତଦନ୍ତ ଚଳାଇଛି ପୋଲିସ

ମୟୁରଭଞ୍ଜ (କେନ୍ୟୁଜ୍) : ଆବାସିକ ସ୍କୁଲରୁ ୩ ଛାତ୍ର ନିଖୋଜ ଅଭିଯୋଗ। ବାରିପଦା ସଦର ଥାନା ଅନ୍ତର୍ଗତ ଶିରିଶବଣିରେ ଥିବା ଏକ ଆବାସିକ ବିଦ୍ୟାଳୟରୁ ନବମ ଶ୍ରେଣୀର ୩ ଜଣ ଛାତ୍ର ଗତ ୧୬ ତାରିଖରୁ ନିଖୋଜ ହୋଇଛନ୍ତି। ଏନେଇ ବାରିପଦା ସଦର ଥାନାରେ ଏତଲା ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ନିଖୋଜ ଛାତ୍ରମାନେ ହେଲେ ହେମନ୍ତ ସାହୁ, ଶୁଭଙ୍କର ମିଶ୍ର ଓ ଅବିନାଶ ମହାକୁଡ। ସକାଳୁ ପ୍ରାର୍ଥନା ବେଳେ ସେମାନେ ଅନୁପସ୍ଥିତ ଥିବାରୁ ଖୋଜାଖୋଜି କରିଥିଲେ ସ୍କୁଲ କର୍ତ୍ତୃପକ୍ଷ। ସିସିଟିଭି ଫୁଜେଟର ଅନୁଧ୍ୟାନ କରି ତଦନ୍ତ ଚଳାଇଛି ପୋଲିସ। ତେବେ ସ୍କୁଲ ପରିସରରୁ ୩ ଜଣ ଛାତ୍ରଙ୍କ ନିଖୋଜ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.