Below header

ନବରଙ୍ଗପୁରରୁ ରାଜଧାନୀକୁ ଚାଲାଣ ହେଉଥିଲେ ୩୦ ଜଣ ଯୁବତୀ, ଚଢ଼ାଉ କରି ଉଦ୍ଧାର କଲା ପୋଲିସ

ନବରଙ୍ଗପୁର(କେ ନ୍ୟୁଜ):  ଯୁବତୀ ଚାଲାଣ ବେଳେ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରୁ ତିରିଶ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ଚାଲାଣ ଅଭିଯୋଗରେ ଜଣେ ଦଲାଲଙ୍କୁ ଅଟକ ରଖିଛି ପୋଲିସ । ତା ନାଁ ସୁବର୍ଣ୍ଣ ସୁନାନୀ ବୋଲି ଜଣାପଡ଼ିଛି । ରାଇଘର ଅଞ୍ଚଳରୁ ଏକ ଘରୋଇ ବସ୍‌ ଯୋଗେ ୩୦ଜଣ ଯୁବତୀଙ୍କୁ ଭୁବନେଶ୍ୱର ନେଉଥିଲେ ଦଲାଲ ଜଣଙ୍କ । କୌଣସି ସୂତ୍ରରୁ ଖବର ପାଇ ଉମରକଟ ବସଷ୍ଟାଣ୍ଡରେ ଚଢ଼ାଉ କରିଥିଲା ପୋଲିସ ।

nabarangpur

ଭୁବନେଶ୍ୱର ପରେ ସେମାନଙ୍କୁ ଦଲାଲ୍ ଜଣଙ୍କ ‌ରାଜ୍ୟ ବାହାରକୁ ନେଇ ଯିବା ନେଇ ଯୋଜନା କରିଥିଲା । ବିନା ପଞ୍ଜିକରଣରେ ସେମାନଙ୍କୁ ନେଉଥିବା ବେଳେ ଦଲାଲ କୌଣସି ଆବଶ୍ୟକ କାଗଜପତ୍ର ଦେଖାଇ ପାରି ନଥିଲେ । ଘଟଣାର ତଦନ୍ତ ଜାରି ରହିଛି । ଯୁବତୀ ମାନେ ପୋଲିସ ତତ୍ତ୍ୱାବଧାନରେ ରହିଛନ୍ତି |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.