ଏକାସାଙ୍ଗରେ ହ୍ବେଲ ଖାଇଗଲା ହଜାର ହଜାର ମାଛ, ଦେଖନ୍ତୁ ଆଶ୍ଚର୍ଯ୍ଯ କଲାଭଳି ଭିଡିଓ

ବିଶ୍ୱର ସବୁଠାରୁ ବଡ ମାଛ ହ୍ୱେଲର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ସମସ୍ତେ ଚକିତ ହେଉଛନ୍ତି । ଭିଡିଓରେ ହ୍ୱେଲ୍ ଅନ୍ୟ କୁନି କୁନି ମାଛମାନଙ୍କୁ ଏକ ଭିନ୍ନ ଉପାୟରେ ଖାଉଛି । ଏହାକୁ ଦେଖିଲେ ଆପଣ ନିଶ୍ଚୟ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ଦୂରରୁ ଏହାକୁ ଦେଖିବା ମାତ୍ରେ ଏହା ଏକ ପାଣି ଜାହାଜ ବୋଲି ଭାବିବ । ଆପଣ ଟିକେ ଭଲକରି ଏହି ଭିଡିଓକୁ ଦେଖନ୍ତୁ। ପ୍ରଥମେ ମଧ୍ୟ ଆପଣ ବୁଝିପାରିବେନି ଏହା କ’ଣ ?

 

View this post on Instagram

 

A post shared by Bertie Gregory (@bertiegregory)

ଥାଇଲାଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହ୍ୱେଲର ପାଟି ଭିତରେ ଅନେକ ମାଛ ଅଛନ୍ତି । ଏହା ପରେ ଅଚାନକ ସେ ପାଟି ବନ୍ଦ କରିଦେଉଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧.୫ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ଏହାକୁ ଫେମସ ୱାଇଲ୍ଡ ଲାଇଫ୍ ଫିଲ୍ମ ମେକର ବର୍ଟି ଗ୍ରେଗୋରୀ କ୍ୟାପ୍ଚର କରିଛନ୍ତି । ଏହା ବିବିସିର ଡକ୍ୟୁମେଣ୍ଟ୍ରି ‘ପରଫେନ୍ସ’ ଏପିସୋଡର ଏକ ଛୋଟ ପାର୍ଟ ।

ଫିଲ୍ମ ନିର୍ମାତା କହିଛନ୍ତି କି, ଏହି ଅସାଧାରଣ ବ୍ୟବହାର ସେହି ଅଞ୍ଚଳରେ ଜଳ ପ୍ରଦୂଷଣ ଯୋଗୁଁ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ବହୁତ ସ୍ପିଡରେ ଏହା ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ରିଆକ୍ସନ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.