Below header

ଗଞ୍ଜାମ: କବାଟ ଭାଙ୍ଗି କଳାକନା ବୁଲାଇଲେ ଚୋର, ଲୁଟିନେଲେ ୧୫ ଭରି ସୁନା ସହ ନଗଦ ଟଙ୍କା

ଗଞ୍ଜାମ(କେ ନ୍ୟୁଜ):  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପଦ୍ମନାଭପୁର ଗାଁର ସୁରେନ୍ଦ୍ର ରେଡିଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ଘର ବାରିପଟ କବାଟ ଭାଙ୍ଗି ଘରେ ପଶି ଆଲମାରୀରେ ଥିବା ପନ୍ଦର ଭରି ସୁନା ଅଳଙ୍କାର ଓ ପାଖାପାଖି ପନ୍ଦର ହଜାର ଟଙ୍କା ଚୋରୀ କରି ନେଇଯାଇଛନ୍ତି ଚୋର ।

ଚୋର ଘରେ ପଶିଥିବା ସମୟରେ ଭିତରେ ପରିବାର ଲୋକେ ଶୋଇଥିଲେ ମଧ୍ୟ ଚୋରୀ ବାବଦରେ ଜାଣିପାରି ନ ଥିଲେ । ଥାନାରେ ଏତଲା ଦିଆଯିବା ପରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.