ଏବେ କାରର ପଛ ସିଟରେ ବସିଲେ ମଧ୍ୟ ବାନ୍ଧିବେ ସିଟ୍ ବେଲ୍ଟ, ବାଇକରେ ସାଇଡ ମିରର ନଥିଲେ ଲାଗିବ ଜରିମାନା

ନୂଆଦିଲ୍ଲୀ : ଯଦି ଆପଣ କାର କିମ୍ବା ବାଇକରେ ଦିଲ୍ଲୀରେ ବୁଲୁଛନ୍ତି ତେବେ ସାବଧାନ। ତେବେ ଆପଣଙ୍କ ପାଇଁ ଏହି ଖବର ବେଶ୍ ଜରୁରୀ। ରାଜଧାନୀ ଦିଲ୍ଲୀରେ ଟ୍ରାଫିକ ଓ ଡ୍ରାଇଭିଂର ନିୟମ ଆହୁରି କଠୋର ହୋଇ ଯାଇଛି। ଯଦି ଆପଣ କାରର ପଛ ସିଟରେ ବସୁଛନ୍ତି ଏବଂ ସିଟ୍ ବେଲ୍ଟ ଲଗାଉ ନାହାନ୍ତି ତେବେ ଆପଣଙ୍କ ଉପରେ ମଧ୍ୟ ଜରିମାନା ଲାଗିପାରେ। ଏହା ବ୍ୟତୀତ ଯଦି ଆପଣ ବାଇକ୍ ଚଳାଉଛନ୍ତି ଏବଂ ସାଇଡ୍ ମିରର ନାହିଁ ତେବେ ଏହାକୁ ଟ୍ରାଫିକ ନିୟମ ଉଲ୍ଲଂଘନ ଭାବେ ଧରାଯିବ ଏବଂ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ। ଆଇ ଦିଲ୍ଲୀ ଟ୍ରାଫିକ ଆପଣଙ୍କ ଚାଲାଣ କାଟିବ।

ଦିଲ୍ଲୀ ଟ୍ରାଫିକ ପୁଲିସ ଏ ସଂପର୍କିତ ଆଡଭାଇଜରି ଜାରି କରିଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସ କହିଛି ଯେ ଅଧିକାଂଶ ବାଇକରେ ସାଇଡ୍ ମିରର ନଥିବା ଦେଖିବାକୁ ମିଳିଛି, ଯାହା ବହୁତ ଜରୁରୀ। ଲୋକେ ଏହାକୁ କାଢି ଦେଉଛନ୍ତି କିମ୍ବା ଖରାପ ହେଲେ ସଜାଡୁ ନାହାନ୍ତି। ଏହା ବ୍ୟତୀତ କାର ପଛ ସିଟରେ ବସୁଥିବା ବ୍ୟକ୍ତି କେବେ ବେଲ୍ଟ ମଧ୍ୟ ଲଗାଉ ନାହାନ୍ତି। ଏହି କାରଣରୁ ଯଦି କୌଣସି ଦୁର୍ଘଟଣା ଘଟୁଛି ତେବେ ଡ୍ରାଇଭର ଏବଂ ଆଗ ସିଟରେ  ବସିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଉଛି, କିନ୍ତୁ ପଛ ସିଟରେ ବସିଥିବା ଲୋକ ଅଧିକ ଆହତ ହେଉଛନ୍ତି। ଏପରିକି ସେମାନଙ୍କର ମୃତ୍ୟୁ ମଧ୍ୟ ଘଟୁଛି।

seat belt

ଏବେ ଟ୍ରାଫିକ ପୁଲିସ ଦିଲ୍ଲୀରେ ଏହି ନିୟମ କଡାକଡି ଲାଗୁ କରିବା ପାଇଁ ଅଭିଯାନ ଆରମ୍ଭ କରିଛି। ଏହି ଆଧାରରେ ଲୋକଙ୍କୁ ବୁଝାଇବା ସହିତ ଜରିମାନା ମଧ୍ୟ ଆଦାୟ କରାଯିବ। ସୂଚନା ଅନୁଯାୟୀ କାର ପଛ ସିଟରେ ବସି ବେଲ୍ଟ ନଲଗାଇଲେ ୧୦୦୦ ଟଙ୍କା ଜରିମାନା ଏବଂ ବାଇକରେ ସାଇଡ୍ ମିରର ନଥିଲେ ୫୦୦ ଟଙ୍କା ଚାଲାଣ କଟାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.