ପୁଣି ଥରେ ବ୍ରିସବେନରେ ସିରାଜଙ୍କୁ ଦୁର୍ବ୍ଯବହାର, ୱାସିଂଟନ ସୁନ୍ଦରଙ୍କୁ ମଧ୍ୟ ଟାର୍ଗେଟ କଲେ ଦର୍ଶକ, ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ବ୍ରିସବେନରେ ଖେଳାଯାଉଛି। ବ୍ରିସବେନରେ ମଧ୍ୟ ସିଡ୍ନୀର ପୁନରାବୃତ୍ତି ହୋଇଛି। ପୁଣି ଭାରତୀୟ କ୍ରିକେଟରଙ୍କ ପ୍ରତି ଅଷ୍ଟ୍ରେଲିଆ କ୍ରିକେଟ୍ ଫ୍ୟାନଙ୍କ ଅପଶଦ୍ଦ ବ୍ୟବହାର । ଗାବା ଟେଷ୍ଟର ପ୍ରଥମ ଦିନରେ ମହମ୍ମଦ ସିରାଜ ଓ ଡେବ୍ୟୁଟାଣ୍ଟ ଓ୍ଵାସିଂଟନ ସୁନ୍ଦରଙ୍କୁ କିଛି ଦର୍ଶକ ଖରାପ ଶବ୍ଦ ବ୍ୟବହାର ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । ବାଉଣ୍ଡ୍ରି ଲାଇନରେ ଫିଲଡିଂ ବେଳେ ଦର୍ଶକ ଗାଳି ଗୁଳଜ କରିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ସିଡନୀ ମଣ୍ଣିଂ ହେରାଲ୍ଡର ରିପୋର୍ଟ ମୁତାବକ ସିରାଜ ଓ ଓ୍ଵସିଂଟନ ସୁନ୍ଦର ବ୍ରାଉଣ୍ଡ୍ରିରେ ଫିଲଡିଂ ବେଳେ ପଛରେ ବସିଥିବା ଦର୍ଶକମାନେ ଅପଶଦ୍ଦ ପ୍ରଯୋଗ କରିଥିଲେ । ସିଡ଼ନୀର ପୁନରାବୃତ୍ତି ଘଟିଥିବା ରିପୋର୍ଟରେ କୁହାଯାଇଛି । ଦର୍ଶକମାନେ ପ୍ରଥମେ ଗୀତ ଗାଇଥିଲେ । ପରେ ସିରାଜଙ୍କୁ ପଛକୁ ବୁଲିବାକୁ କହିଥିଲୋ । ଏହାପରେ ଅଭଦ୍ର ଆଚରଣ କରିଥିଲେ । ସିଡନୀ ଟେଷ୍ଟର ତୃତୀୟ ଓ ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଦର୍ଶକ ଅଭଦ୍ର ଆଚରଣ କରିବା ସହ ବିଗ ମଙ୍କି ଏବଂ ବ୍ରାଉନ ଡଗ ଆକ୍ଷେପ କରିଥିଲେ । ଏଥିପାଇଁ ୧୦ ମିନିଟ ପାଇଁ ସ୍ଥଗିତ ରଖାଯାଇଥିଲା ମ୍ୟାଚ୍ । ଶେଷରେ ୬ ଜଣ ଦର୍ଶକଙ୍କୁ ଷ୍ଟାଡିୟମରୁ ବିଦା କରାଯାଇଥିଲା ।

ବିବାଦ ପରେ ଅଭଦ୍ର ବ୍ୟବହାର ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଟିମ ଇଣ୍ଡିଆକୁ କ୍ଷମା ପ୍ରାର୍ଥନା କରିଥିଲା । ଏଭଳି ଘଟଣାକୁ କେବେ ବି ବରଦାସ୍ତ କରାଯିବ କରାଯିବ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଥିଲା । ଘଟଣାକୁ ଅନ୍ତର୍ଜାତୀୟ କ୍ରିକେଟ ମହାସଂଘ ନିନ୍ଦା କରିବା ସହ ରିପୋର୍ଟ ମାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.