Below header

ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ। ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୨୦ ଆକ୍ରାନ୍ତ ସୁସ୍ଥ, ଯାଜପୁରରୁ ୪୬, ଖୋର୍ଦ୍ଧାରୁ ୨୮,କଟକରୁ ୨୧ ସୁସ୍ଥ, କେନ୍ଦୁଝରରୁ ୧୬, ନୟାଗଡ଼ରୁ ୧୪ ଜଣ ଆକ୍ରାନ୍ତ ସୁସ୍ଥ,ନବରଙ୍ଗପୁରରୁ ୯,ପୁରୀରୁ ୭,ବରଗଡ଼ରୁ ୬ ଆକ୍ରାନ୍ତ ସୁସ୍ଥ,ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୭୦୦୬କୁ ବୃଦ୍ଧି ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ରାଜ୍ୟରେ ୨୬ ଜିଲ୍ଲାରୁ ୫୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ସେମଧ୍ୟରୁ ୩୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଆଉ ୧୮୯ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦୮୬୯୮ ଜଣଙ୍କ ଟେଷ୍ଟ ସାରିଥିବା ବେଳେ ସେଥିମଧ୍ୟରୁ ୧୦୬୨୪ ଟି ପଜିଟିଭ କେଶ ବାହାରିଛି ଜ୍ଝ ୬୭୦୩ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୩୮୬୦ ଟି ଆକ୍ଟିଭ କେସ ରହିଛି । ଯେଉଁ ମାନେ ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ମଙ୍ଗଳବାର ସୁଦ୍ଧା ୨୧୭ ଜଣ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି । ଆଜି ସର୍ବଧିକ ଗଂଜାମ ଜିଲ୍ଲାରୁ ୨୧୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୭୮ ପଜିଟିଭ ରିପୋର୍ଟ ସହ ଦ୍ଵିତୀୟରେ ଅଛି ସୁନ୍ଦରଗଡ । ଯେବେକି ଅର୍ଦ୍ଧଶତକ ଆକ୍ରାନ୍ତଙ୍କ ସହ ଆଜିର ତାଲିକାରେ ତୃତୀୟ ସ୍ଥାନରେ ଅଛି ଖୋର୍ଦ୍ଧା ଜିଲ୍ଲା । ଏହା ବାଦ ବାଲେଶ୍ଵରରେ ୨୬ ଜଣ, ବଲାଙ୍ଗୀରର ୨୧

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.