Below header

ତ୍ରିଶୂଳୀୟା ବ୍ରିଜ୍ ଉପରୁ ନଦୀକୁ ଡେଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ, ଘଣ୍ଟାଏ ଭିତରେ ଉଦ୍ଧର କଲା ଅଗ୍ନିଶମ ବାହିନୀ

କଟକ(କେନ୍ୟୁଜ୍): ତ୍ରିଶୂଳୀୟା ବ୍ରିଜ୍ ଉପରୁ ନଦୀକୁ ଡେଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ। ବ୍ରିଜ୍ ଉପରେ ସ୍କୁଟି ରଖି କିଛି ସମୟ କଥା ହେବା ପରେ ମା’-ଝିଅ ନଦୀକୁ ଡେଇଁ ପଡିଥିଲେ। ଘଟଣା ଘଟିବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଖୋଜା ଖୋଜି କରିବାପରେ ଦୁହିଁଙ୍କୁ ଜୀବିତ ଅବସ୍ଥାରେ  ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

କେଉଁ କାରଣରୁ ମା-ଝିଅ ଏଭଳି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ତାହା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ। ଘଟଣା ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ଏବଂ ସେମାନେ ଖୁବ ଶୀଘ୍ର ପହଞ୍ଚିବେ ବୋଲି ସୂଚନା ଦେଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.